Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଖିଳ ଉତ୍କଳ ବିଶ୍ୱକର୍ମା ସମିତି, ଓଡିଶା ସ୍ତରୀୟ ସଂଘଠନ ସମ୍ପ୍ରସାରଣ

କଳାହାଣ୍ଡି, ୦୭/୦୯ : ନିଖିଳ ଉତ୍କଳ ବିଶ୍ୱକର୍ମା ସମିତି, ଓଡିଶା ସ୍ତରୀୟ ସଂଘଠନ ସମ୍ପ୍ରସାରଣ କରିବା ଲାଗି, କଳାହାଣ୍ଡି ଜିଲ୍ଲା ବିଶ୍ୱକର୍ମା ଭବନ ବାନ୍ଧପଲା ଠାରେ ଚଳିତ ମାସ ୩ ତାରିଖରେ ଦ୍ୱିତୀୟ ଥର ପାଇଁ ସାଧାରଣ ସଭା ଅନୁଷ୍ଠିତ ହୋଇ ଜିଲ୍ଲା ସ୍ତରୀୟ ନୂତନ କର୍ମକର୍ତା ଚୟନ କରାଗଲା l ଏହି ସଭାରେ ସମିତିର ରାଜ୍ୟ ସଭାପତି ବଟକୃଷ୍ଣ ଓଝା, ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମହାରଣା, ରାଜ୍ୟ ସଂଗଠନ ସମ୍ପାଦକ ମନୋରଞ୍ଜନ ମହାରଣାଙ୍କ ଉପସ୍ଥିତିରେ କଳାହାଣ୍ଡି ଜିଲ୍ଲା କର୍ମକର୍ତାମାନ ଘୋଷଣା କରାଗଲା, ଶ୍ରୀ ଧନୁର୍ଜ୍ୟ ମହାରଣାଙ୍କୁ ସଭାପତି, ଶ୍ରୀ ନାରାୟଣ ମହାରଣାଙ୍କୁ କାର୍ଯ୍ୟକାରୀ ସଭାପତି ଓ ଶ୍ରୀ ଗୋବିନ୍ଦ ମହାରଣାଙ୍କୁ ଉପ ସଭାପତି ଘୋଷଣା କରାଯାଇଥିଲା। ଏହା ସହିତ ନୂତନ ସଦସ୍ୟ ଚୟନ କରାଯାଇ ଶପଥ ପାଠ କରାଯାଇଥିଲା l
ଉକ୍ତ ସଭାରେ ମୂଖ୍ୟ ଅତିଥି ଭାବେ ଅନ୍ତର୍ଜାତୀୟ ମାନବାଧିକାର ସଂଘଠନର ରାଜ୍ୟ ସଭାପତି ରବି ମହାରଣା, ଏକତା ଟ୍ରଷ୍ଟର ଅଧ୍ୟକ୍ଷ ଇଂ ଦିପ୍ତୀରେଖା ପଟ୍ଟନାୟକ ଓ କଳାହାଣ୍ଡି ବିକାଶ ପରିଷଦର ଅଧ୍ୟକ୍ଷ ଡଃ ସୁନୀତି ମୁଣ୍ଡ ଅତିଥି ଭାବେ ଯୋଗ ଦେଇ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ