Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଧାରଣବିଜ୍ଞାନ ପ୍ରତିଯୋଗିତା: ପ୍ରତୀକ ପ୍ରଥମ,ରିମାରାଣୀ ଦ୍ଵିତୀୟ, ପଦ୍ମଚରଣ ତୃତୀୟ

ଚିପିଲିମା(ବରଗଡ଼)ଆଜି ବରଗଡ଼ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଗତ ୪ତାରିଖ ରେ ବରଗଡ଼ ସ୍ଥିତ ଅଗ୍ରଣୀ ବିଦ୍ୟାଳୟ ରେନବୋ ପବ୍ଲିକ୍ ସ୍କୁଲ୍ ରେ ଏକ ସାଧାରଣ ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଏଥିରେ ୩୦ ମାର୍କ ଆଧାରିତ ସାଧାରଣଜ୍ଞାନ ପ୍ରଶ୍ନପତ୍ର ପ୍ରଦାନ କରାଯାଇଥିଲା ।ଆୟୋଜିତ ପ୍ରତିଯୋଗିତାରେ ୩ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିଲେ। ପ୍ରଥମ ସ୍ଥାନରେ ପ୍ରତୀକ ପ୍ରଧାନ, ଦୃତୀୟ ସ୍ଥାନରେ ରିମାରାଣୀ ପାଣିଗ୍ରାହୀ ଓ ତୃତୀୟ ସ୍ଥାନରେ ପଦ୍ମ ଚରଣ ଭୋଇ ଉତ୍ତୀର୍ଣ୍ଣ ହୋଇଥିଲେ । ଆଜି ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ସେମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ବରଗଡ଼ ସାମ୍ବାଦିକ ସଂଘ ର ଉପ ସଭାପତି ଶ୍ରୀ ବିରେନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥିଭାବେ ବିଶିଷ୍ଟ ସମାଜସେବୀ ଶ୍ରୀ ଶିବାନନ୍ଦ ମଟାରୀ, ଓ ରୋନବୋ ସ୍କୁଲ ର ଅଧ୍ୟକ୍ଷ ଶ୍ରୀ ହିମାଂଶୁ ଶେଖର ମେହେର, ଜନ କଲ୍ୟାଣ ସେବା ଟ୍ରଷ୍ଟ ର ପ୍ରତିଷ୍ଠାତା ତଥା ସଭାପତି ଶ୍ରୀ ମୁକୁନ୍ଦ ଦାଶ ଉପସ୍ଥିତ ରହି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ, ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତା ବରଗଡ ଜିଲ୍ଲା ରେ ବଜାୟ ରହିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ