Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଥର୍ଲା ପଞ୍ଚାୟତ ବହାଦୁର ପଦର ଗାଁ ସମେତ କିକିଆ ଶ୍ରୀମନ୍ଦିର ଠାରେ ଜନ୍ମାଷ୍ଟମୀ ପାଳିତ

କଳାହାଣ୍ଡି , ୦୭/୦୯ : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବହାଦୁର ପଦର ଗାଁ ସମେତ କିକିଆ ଗ୍ରାମ ର ଶ୍ରୀ ଜଗନ୍ନାଥ ମନ୍ଦିରରେ ଶତାଧିକ ମହିଳାଙ୍କୁ ନେଇ ପ୍ରାତଃ ପୂଜାପାଠ ପରେ ପୁରାଣ ପାଠ ସହ ବୈଦିକ ରୀତିନୀତି ଅନୁସାରେ ଏହି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି | ବିଶ୍ୱାସ କରାଯାଏ କି ଭାରତୀୟ ପୌରାଣିକ ବିଧିବିଧାନ ଐତିହାସିକ ପାରମ୍ପରିକ ହିସାବରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମ ତିଥିରେ ର ଅର୍ଦ୍ଧ ରାତ୍ର ସମୟରେ ପ୍ରଭୁ ଶ୍ରୀକୃଷ୍ଣ ସମଗ୍ର ଜଗତର କଲ୍ୟାଣ ନିମନ୍ତେ ମର୍ତ୍ୟପୁରେ ଆବିର୍ଭାବ କରିଥିଲେ | ତେଣୁ ଏହି ଅବସରରେ ଭାରତୀୟ ସଂସ୍କୃତି ର ଏକ ଅନନ୍ୟ ପରମ୍ପରା ଭିତରେ ଏହି ମହାନ ପର୍ବ କୁ ସାରା ଜଗତ ର କଲ୍ୟାଣ ଉଦେଶ୍ୟରେ ଶ୍ରୀମନ୍ଦିର ରେ ପାଳନ
ହେବା ସହିତ ପ୍ରତ୍ୟେକ ଘରେ ଘରେ ପାଳନ
କରାଯାଇଥାଏ | ସେହିପରି ପଥର୍ଲା ପଞ୍ଚାୟତ ବହାଦୁର ପଦର ଗ୍ରାମର ଭାଟି ପଡା, ସ୍କୁଲପଡା, ଏବଂ କଲୋନୀ ପଡାରେ ଶତାଧିକ ମହିଳାଙ୍କ ସମେତ ଏହି ପବିତ୍ର ଜନ୍ମାଷ୍ଟମୀ ପାଳିତ ହୋଇଥିବା ବେଳେ କିକିଆ ଗ୍ରାମର ଶ୍ରୀଜଗନ୍ନାଥ ମନ୍ଦିର ରେ ଶତାଧିକ ମହିଳାଙ୍କ ନେଇ ଏହି ପବିତ୍ର ଜନ୍ମାଷ୍ଟମୀ ଆଡମ୍ବର ସହିତ ପାଳନ ହୋଇଯାଇଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ