Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ମୁଁ ବି ମିତା‘ କାର୍ଯ୍ୟକ୍ରମ

ଦେବଗଡ଼: ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଠାରେ ଆଜି ଭୋଟର ସଚେତନତା ଓ ନୂତନ ଭୋଟର ନାମ ପଞ୍ଜିକରଣ ଉଦ୍ଦେଶ୍ୟରେ ସଚେତନତା କାର୍ଯ୍ୟକ୍ରମ ‘ମୁଁ ବି ମିତା‘ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ପରୀକ୍ଷିତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସୋମେଶ କୁମାର ଉପାଧ୍ୟାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ଛାତ୍ରୀଙ୍କୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୁଝାଇବା ସହ ପ୍ରତ୍ୟେକ ଛାତ୍ରୀ ସ୍ୱେଛାସେବୀ ଭାବେ ନିଜେ ଏବଂ ନିଜ ପରିବାର, ସମ୍ପର୍କୀୟ ତଥା ସମାଜର ବିଭିନ୍ନବର୍ଗର ଲୋକମାନଙ୍କୁ ଉତ୍ସାହିତ କରିବା ସହଭୋଟର ତାଲିକାରେ ସେମାନଙ୍କ ନାମ ପଞ୍ଜିକରଣ ଓ ତ୍ରୁଟି ସଂଶୋଧନ ଆଦି ସଂପର୍କରେ ସଚେତନତା କରିବା ପାଇଁ ଉପସ୍ଥିତ ଛାତ୍ରୀମାନଙ୍କୁ ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ପରାମର୍ଶ ଦେଇଥିଲେ । ‘ମୁଁ ବି ମିତା’ ଭଳି ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ଡେପୁଟି କଲେକ୍ଟର (ନିର୍ବାଚନ) ସପନ ସାହୁ ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୌର ନିର୍ବାହୀ ଅଧିକାରୀ ତପନ ମହାପାତ୍ର ଉପସ୍ଥିତ ଥିଲେ ।