Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜୟପାଟଣା ସହରରେ ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ଧୁମଧାମରେ ପାଳିତ

କଳାହାଣ୍ଡି , ୦୭/୦୯ : କଳାହାଣ୍ଡି ଜିଲ୍ଲା ଜୟପାଟଣା ସହରରେ ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ଧୁମଧାମରେ ପାଳିତ ହୋଇଛି। ସ୍ଥାନୀୟ ଯାଦବ ଭବନ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜୟପାଟଣା ନଗର ପରିକ୍ରମା କରିଥିଲା ।ଏଥିରେ ଅଞ୍ଚଳରେ ଶହ ଶହ ଭକ୍ତ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ।ଏଥିରେ ଯାଦବ ମାନଙ୍କ ପାରମ୍ପରିକ ନୃତ୍ୟ ବନାବାଡ଼ି ସହ ନନ୍ଦ, ଯଶୋଦା ମୁଣ୍ଡ ଉପରେ କୃଷ୍ଣ ଙ୍କୁ ଧରି ନଗର ପରିକ୍ରମା କରିଥିଲେ। କୁନିକୁନି ପୁଅ ଝିଅ ମାନେ ରାଧା କୃଷ୍ଣ ଙ୍କ ବେଶରେ ସଜ୍ଜିତ ହୋଇ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।ସବୁଆଡେ କୃଷ୍ଣ ନାମ ସହ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।