Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ଧବାହାଲ ସରସ୍ୱତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ

ଝାରସୁଗୁଡା ୭/୯(ଓଡ଼ିଶା.ନ୍ୟୁଜ) ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ସଂକୁଳ ଅଧିନସ୍ଥ ବନ୍ଧବାହାଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ମାଧବ ଭବନ ଠାରେ ଆନନ୍ଦ ଉଲ୍ଲାସର ସହିତ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇ ଯାଇଛି l ଉକ୍ତ ଉତ୍ସବକୁ ଶିଶୁ ବାଟିକା ବିଭାଗ ଏବଂ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏପରି ଦୁଇଟି ପର୍ଯ୍ୟାୟରେ ପୃଥକ ପୃଥକ ଭାବେ ପାଳନ କରା ଯାଇଥିଲା l
ପ୍ରଥମ ପର୍ଯ୍ୟାୟରେ ଶିଶୁ ବାଟିକା ବିଭାଗର ଭାଇ ଭଉଣୀ ମାନେ କୃଷ୍ଣ ଏବଂ ରାଧା ବେଶ ହୋଇ ବିଦ୍ୟାଳୟ ଆସିଥିଲେ ଏବଂ ସେମାନଙ୍କୁ ତାଙ୍କ ମା ମାନେ ଉପସ୍ଥିତ ରହି ବନ୍ଦାପନା କରିଥିଲେ l ଭାଇ ଭଉଣୀ ମାନେ ରଙ୍ଗବେରଙ୍ଗ ନୂତନ ବସ୍ତ୍ର ପରିଧାନ କରି ନିଜ ନିଜ କଳା ପ୍ରଦର୍ଶନ କରିଥିଲେ l ଏହା ପରେ ସମସ୍ତ ଶିଶୁ ମାନେ ନିକଟସ୍ଥ ମାଁ ସମଲେଇଙ୍କ ଦର୍ଶନ ପରେ ବିଦ୍ୟାଳୟ କୁ ପ୍ରତ୍ୟାବର୍ତ୍ତନ କରିଥିଲେ ।
ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ହୋଇଥିବା ଜନ୍ମାଷ୍ଟମୀ ଉତ୍ସବରେ ମାତୃ ଭାରତୀ ଉପ ସଭାପତି ଟୁନି ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ଜଳନ କରି ଶ୍ରୀ କୃଷ୍ଣ ଭଗବାନଙ୍କ ଜୀବନ ଚରିତ୍ର ଉପରେ ବିଷଦ ଭାବେ ବର୍ଣ୍ଣନା କରିଥିଲେ l ଶେଷରେ ସମସ୍ତ ଭାଇ ଭଉଣୀ ଙ୍କୁ ନେଇ ଦହି ହାଣ୍ଡି ଭଙ୍ଗା ଯାଇଥିଲା ଯାହା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ l ଶେଷରେ ସମସ୍ତ ଶିଶୁ ମାନଙ୍କୁ ପ୍ରସାଦ ବଣ୍ଟନ କରା ଯାଇଥିଲା l ଏହି ଅବସରରେ ପଞ୍ଚମ ଶ୍ରେଣୀ ର ଛାତ୍ରୀ ରିତୁ ସା ,ରୋଜିନା ପ୍ରଧାନ ଏବଂ ଶ୍ରୁତି ମଲ୍ଲିକ ଶ୍ରୀକୃଷ୍ଣ ସମ୍ପର୍କରେ ବକୃତା ଦେଇଥିଲେ । ଗୁରୁଜୀ ସୁଧାଂଶୁ ନାୟକ ସେମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । କାର୍ଯ୍ୟକ୍ରମକୁ ଭଉଣୀ ଐଶ୍ୱର୍ଯ୍ୟl ପ୍ରଧାନ ଓ ଗୁରୁମା ଆଲୋକମୟୀ ଦାଶ ପରିଚାଳନା କରିଥିବା ବେଳେ ଗୁରୁମା ପଙ୍କଜିନୀ ସା ଧନ୍ୟବାଦ ଅର୍ପଣ କରିଥିଲେ । ନିମନ୍ତ୍ରୀତ ଅତିଥି ମାନଙ୍କ ମଧ୍ୟରେ ପରିଚାଳନା କମିଟିର ସମ୍ପାଦକ ଅଭିନ ରାଉତ, ମଧୁସୂଦନ ମେହେର, ଆଦିତ୍ୟ ସିଂହ ଦେଓ, ଯଶୋବନ୍ତ ପାଳ, ପୁଷ୍ପାଞ୍ଜଳି ବାରିକ,ମଞ୍ଜୁଲତା ଭୂମିଜ ଙ୍କ ସମେତ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା ,ସେବକ ଓ ସେବୀକା ତଥା ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ସଦସ୍ୟା ସହଯୋଗ କରିଥିଲେ ।