Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର ମଦନପୁର ରାମପୁର ବ୍ଲକ ପରିଦର୍ଶନ କଲେ

କଳାହାଣ୍ଡି , ୦୮/୦୯ : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ନକ୍ସଲ ପ୍ରଭାବିତ ଉର୍ଲାଦାନୀ ପଞ୍ଚାୟତର ବିଭିନ୍ନ ଗାଁ କୁ ବୁଲି ସ୍ଥାନୀୟ ଅଧିବାସୀ ମାନଙ୍କ ସହ ତାଙ୍କ ବ୍ୟକ୍ତିଗତ ଏବଂ ସାମୂହିକ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ପ୍ରବଳ ବର୍ଷା ସତ୍ବେ ଗାଁ ର ମାଁ ମାନେ ତାଙ୍କୁ ସ୍ବାଗତ କରିବା ସହ ପୁରା ଗାଁ ବୁଲେଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ। ଏହି ଅବସରରେ ସ୍ଥାନୀୟ ସରପଞ୍ଚ ସୁପ୍ରିୟା ମାଝୀଙ୍କ ଅଧ୍ୟକ୍ଷତା ରେ ପଞ୍ଚାୟତ ଠାରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ଉର୍ଲାଦାନୀ ପଞ୍ଚାୟତର ସମସ୍ତ ଓ୍ବାର୍ଡ ମେମ୍ବର ଯୋଗଦେଇ ତାଙ୍କ ଅଞ୍ଚଳର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମଦନପୁର ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନଙ୍କ ସହ ଶ୍ରୀ ଠାକୁର ଫୋନ ଯୋଗେ କଥା ହୋଇଥିଲେ । ସେହିପରି ଉର୍ଲାଦାନୀ ଠାରେ ଥିବା କଳାହାଣ୍ଡି ଜିଲ୍ଲାର ପ୍ରଥମ ସ୍ବାଧିନତା ସଂଗ୍ରାମୀ ସହିଦ୍ ରେଣ୍ଡୋମାଝୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହ କଳାହାଣ୍ଡି ଜିଲ୍ଲାର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ସହିଦ୍ ରେଣ୍ଡୋମାଝୀଙ୍କ ନାମରେ ନାମିତ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ଥାନୀୟ ଅଧିବାସୀ ଧନ୍ୟବାଦ ଜଣାଇଥିଲେ। ଏହା ସହିତ ରେଣ୍ଡୋମାଝୀଙ୍କ ପ୍ରତିମୂର୍ତ୍ତୀ ଚତୁଃପାର୍ଶ୍ଵ ସୌନ୍ଦର୍ଯ୍ୟକରଣ ଓ ପାର୍କ ନିର୍ମାଣ ପାଇଁ ୧୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ୫ଟି ସଚିବଙ୍କୁ ସମସ୍ତେ ଧନ୍ୟବାଦ ଜଣାଇଛନ୍ତି।