Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାଞ୍ଜିଗଡ ପ୍ରେସ୍ କ୍ଲବ ତରଫରୁ ନୂତନ ଲାଞ୍ଜିଗଡ଼ ଥାନାଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କଳାହାଣ୍ଡି,୦୮/୦୯-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ଥାନାରେ ନୂତନ ଥାନାଧିକାରୀ ଭାବେ ବିଜୟଲକ୍ଷ୍ମୀ ହିକକା ଯୋଗ ଦେଇଛନ୍ତି । ସେ ଥାନାରେ ଯୋଗ ଦେବା ପରେ ଆଜି ତାଙ୍କୁ ରାଜ୍ୟର ଅଗ୍ରଣୀ ସାମ୍ବାଦିକ ସଂଗଠନ ଲାଞ୍ଜିଗଡ଼ ପ୍ରେସ୍ କ୍ଲବ ପକ୍ଷରୁ ସଭାପତି କୈଳାସ ସାହୁ, ଉପସଭାପତି କ୍ଷମାନିଧି ମହାକୁଡ, ସାଧାରଣ ସଂପାଦକ ସୁଶୀଲ କୁମାର ବାଗ, କୋଷାଧ୍ୟକ୍ଷ ପରେଶ କୁମାର ନାୟକ, ସଦସ୍ୟ ଏମ୍. ଚନ୍ଦ୍ରଶେଖର, ରମେଶ ଚନ୍ଦ୍ର ନାୟକ, ଧର୍ମେନ୍ଦ୍ର ପଣ୍ଡା ପ୍ରମୁଖ ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହିତ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ନୂତନ ଥାନାଧିକାରୀ ବିଜୟଲକ୍ଷ୍ମୀ ହିକକାଙ୍କୁ ସାକ୍ଷାତ କରିବା ସହିତ ଅଞ୍ଚଳର ଆଇନଶୃଙ୍ଖଳା ସ୍ଥିତି ସଂପର୍କରେ ପ୍ରେସ୍ କ୍ଲବର କର୍ମକର୍ତ୍ତା ବିଶଦ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ, ଲାଞ୍ଜିଗଡ ଥାନାଧିକାରୀ ଉତ୍ତମ କୁମାର ସାହୁଙ୍କୁ ରାୟଗଡା ଜିଲ୍ଲାକୁ ବଦଳି ହୋଇଥିବାବେଳେ ତାଙ୍କ ସ୍ଥାନରେ ରାୟଗଡା ଜିଲ୍ଲାରୁ ଆସିଥିବା ବିଜୟଲକ୍ଷ୍ମୀ ହିକକା ଲାଞ୍ଜିଗଡ଼ ଥାନାର ନୂତନ ଥାନାଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ