Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଲା ଗାଈ ଗୋରୁଙ୍କ ଚାରଣ ଭୂଇଁ ପାଲଟିଛି ଭବାନୀପାଟଣା ସହର

କଳାହାଣ୍ଡି, ୦୮/୦୯ : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଭବାନୀପାଟଣା ସହରରେ ବୁଲା ଗାଈଗୋରୁ, ଷଣ୍ଢ ଏବଂ କୁକୁର ମାନଙ୍କର ପଦ୍ରୁଭାବ ଦିନକୁ ଦିନ ବଢିବାରେ ଲାଗିଛି. ଯାହାଫଳରେ ବାଇକ ଆରୋହୀ,ଯାତ୍ରୀ, ପଥଚାରି ମାନେ ନାନାଦି ସମଶ୍ୟା ର ସମ୍ମୁଖୀନ ହେଉଛନ୍ତି, ବିଶେଷକରି ଏମାନଙ୍କ ଯୋଗୁଁ ଟ୍ରାଫିକ ବ୍ୟବସ୍ତା ପୁରାପୁରି ବିପରିଜସ୍ତ ହେଲାପରି ଲାଗୁଛି.ଯଦ୍ୱାରା ପ୍ରତେକ ଦିନ କିଛିନା କିଛି ଛୋଟ ବଡ ଦୃଘଟଣା ମାନ ଘଟୁଛି. ଭବାନୀପାଟଣା ସହର ମଧ୍ୟକୁ ପ୍ରବେଶ ଲାଗି ମୁଖ୍ୟ ଛକ ଯଥା କଲେଜ ଛକ, ମାଣିକେଶ୍ବରୀ ଛକ, ଷ୍ଟାଚୁ ଛକ, ଦୟାନିଧି ଛକ, ଘୋଡାଘାଟ ଛକ, ବସଷ୍ଟାଣ୍ଡ ଏବଂ ନକ୍ଟିଗୁଡା ଛକ ଆଦିରେ ଏହି ବୁଲା ଗାଈଗୋରୁମାନଙ୍କର ଅବାଧ ଚରାବୁଲା ଯୋଗୁଁ ଟ୍ରାଫିକଯାମ ହେବ ସହ ରାସ୍ତା ପ୍ରବଳ ମାତ୍ରାରେ ଭିଡ ହେଉଥିବା ଦେଖିବାକୁ ମିଳିଥାଏ . ବିଶେଷ କରି ଦିନ ନଅଟା ଠାରୁ ଏଗାରଟା ଏବଂ ଅପାରହ୍ନ ଚାରିଟାରୁ ସନ୍ଧ୍ୟା ସାତଟା ପର୍ଯ୍ୟନ୍ତ ପ୍ରବଳ ମାତ୍ରାରେ ଭିଡହେବା ଯୋଗୁଁ ବହୁ ସମସ୍ୟା ଉପୁଜିଥାଏ. ଏହି ସମୟମାନଙ୍କରେ ସ୍କୁଲ, କଲେଜ, ଅଫିସ ଏବଂ ହାଟ ବଜ଼ାର ଆଦିକୁ ଲୋକମାନଙ୍କର ବହୁଳ ଯାତାୟତ ଫଳରେ ରାସ୍ତା ପ୍ରବଳ ଭିଡ ହୋଇଥାଏ. ଖାଲି ସେତିକି ନୁହେଁ ସହରର ମୁଖ୍ୟ ଛକ କୁହାଯାଉଥିବା ଗାନ୍ଧୀ ଛକକୁ ପ୍ରବେଶ କରିବା ନିମନ୍ତେ ସମସ୍ତ ପ୍ରବେଶ ପଥରେ ଖାଲ ଖମାରେ ଭରପୁର ଥିବାରୁ ଲୋକମାନଙ୍କର ଯାତାୟାତରେ ବାଧା ଉପୁଜିଥାଏ .ବର୍ଷାଦିନହେତୁ ହେତୁ ରାସ୍ତା ମଝିରେ ଥିବା ଖାଲ ଖମାରେ ଅଳିଆ ଆବର୍ଜନା ମିଶା ଗୋଳିପାଣି ଭରପୁର ହୋଇରହିବା ଦ୍ୱାରା ଗାଡି ମଟର ଯାତାୟତ ସମୟରେ ଯାତ୍ରୀ ପଥଚାରି ମାନଙ୍କ ଉପରେ ଛିଟୁକୁ ଥିବା ଦେଖିବାକୁ ମିଳୁଛି. ଏହା ଦ୍ୱାରା ଯାତ୍ରୀ ମାନଙ୍କ ମନରେ ବହୁ ଆସନ୍ତୋଷ ଦେଖାଦେଇଥାଏ . ରାତ୍ରି ସମୟରେ ରାସ୍ତା ଉପରେ ଗାଈ ଗୋଗୋରୁ ମାନେ ଶୋଇରହିବ ଦ୍ୱାରା ବୋହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି.ପ୍ରତି ଦିନ ହଜାର ହଜାର ସଂଖ୍ୟାରେ ରାତ୍ରିକାଳୀନ ଯାତ୍ରୀବାହୀ ବସ ଓ ମାଲ ବାହିତରକ ଯାତାୟାତ କରୁଥିବାରୁ ରାସ୍ତା ମଝିରେ ଗୋରୁ ଗାଈ ଶୋଇରହିବ ହେତୁ ଦୁର୍ଘଟଣାକୁ ଏଡାଇ ଦିଆଯାଇ ନପାରେ. ଏହି ସମସ୍ୟା ବିଷୟରେ ବହୁବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ମଧ୍ୟ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି.ତୁରନ୍ତ ଭବାନୀପାଟଣା ପୌରପାଳିକା ଉକ୍ତ ସମସ୍ୟା ଉପରେ ଦୃଷ୍ଟି ନିକ୍ଷେପ କରି ସମାଧାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାପାଇଁ ଦାବି ହେଉଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories