Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝୁଲନ୍ତା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଠାବ

କଳାହାଣ୍ଡି, ୦୮/୦୯ : କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଖାଇଚୁଆ ଗୋଖୋରା ନିକଟବର୍ତ୍ତୀ ଏକ ଶାଗୁଆନ ଗଛ ରେ ଜଣେ ବୃଦ୍ଧ ଙ୍କ ମୃତ ଦେହ ଉଦ୍ଧାର କରିଛି ସ୍ଥାନୀୟ ପୋଲିସ ।ସକାଳୁ ମୃତଦେହ ଟି କୁ ସ୍ଥାନୀୟ ଲୋକେ ଦେଖି ନର୍ଲା ଥାନା ଅଧିକାରୀ ଙ୍କୁ ସୁଚନା ଦେଇଥିଲେ ।ସୂଚନା ପାଇ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ନର୍ଲା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।ମୃତ ବୃଦ୍ଧ ଜଣକ ଖାଇଛୁଆ ଗ୍ରାମର ଯୋଗେନ୍ଦ୍ର ବାଗ ଓ ତାଙ୍କ ବୟସ ୬୦ ବର୍ଷ ବୋଲି ଜଣାପଡ଼ିଛି । କିନ୍ତୁ ତାଙ୍କ ସ୍ଵାମୀ କୁ ହତ୍ୟା କରାଯାଇଛି ଓ ତାଙ୍କ ପୁତୁରା ଏହି ହତ୍ୟା କରିଛି ବୋଲି ଯୋଗେନ୍ଦ୍ର ଙ୍କ ସ୍ତ୍ରୀ କହିଛନ୍ତି ।ଘଟଣା ସ୍ଥଳର ନିକଟ ରୁ ଏକ ସାଇକେଲ ମଧ୍ୟ ପୋଲିସ ଜବତ କରିଛି । ଘଟଣା ର ତଦନ୍ତ ପାଇଁ ଏକ ସାଇଣ୍ଟି ଫିକ ଟିମ୍ ଆସିଲା ପରେ ଏହାର ତଦନ୍ତ ଆଗକୁ ବଢିବ ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ