ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ସ୍ଥିତ ଯୁକ୍ତ ଦୁଇ ମହାବିଦ୍ୟାଳୟ ରେ ସ୍ବଭାବ କବି ଗଙ୍ଗାଧର ଜୟନ୍ତୀ ପାଳିତ ହୋଇ ଯାଇଛି। କଲେଜ ର ଅଧ୍ୟକ୍ଷ ଭୋଲାନାଥ କର୍ମୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଜୟନ୍ତୀ ସମାରୋହରେ ତରଭା ଏଇଏସ କଲେଜ ର ଓଡ଼ିଆ ବିଭାଗର ଅଧ୍ୟାପକ ପ୍ରଦ୍ୟୁମ୍ନ କୁମାର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ । ସେ ଗଙ୍ଗାଧର ମେହେର ଙ୍କ ସାହିତ୍ୟ ସମ୍ଭାର ସମ୍ପର୍କରେ ଆଲୋଚନା କରିଥିଲେ l ପ୍ରାଧ୍ୟାପକ ରମାକାନ୍ତ ପୁରୋହିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଗଙ୍ଗାଧର ମେହେର ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l ଗଙ୍ଗାଧର ଙ୍କ ସାହିତ୍ୟ କୁ ନେଇ ଚର୍ଚ୍ଚା ହୋଇଥିଲା । ଗଙ୍ଗାଧର ଙ୍କ କାବ୍ୟ କବିତା ରେ ପ୍ରକୃତିର ସୌନ୍ଦର୍ଯ୍ୟ କୁ ନିଖୁନ ଭାବେ ବର୍ଣ୍ଣିତ ହୋଇଥିବା ବେଳେ ସେ ପ୍ରକୃତିର ଉପାସକ ଥିଲେ । ତେଣୁ ଗଙ୍ଗାଧର ସାହିତ୍ୟରେ ପ୍ରକୃତିର ପ୍ରତିଛବି ଦେଖିବାକୁ ମିଳେ ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସଭା ପ୍ରାରମ୍ଭ ରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ । ସେହିପରି ଦ୍ବିତୀୟ ବର୍ଷ ର ଛାତ୍ରୀମାନେ ଗଙ୍ଗାଧର କବିତା ଆବୃତ୍ତି କରିଥିଲେ । ପ୍ରାଧ୍ୟାପକ ରମାକାନ୍ତ ପୁରୋହିତ ଓ ଓଡ଼ିଆ ବିଭାଗ ର ଅଧ୍ୟାପିକା ମାନିନୀ ପାଧାନ ଗଙ୍ଗାଧର ମେହେର ଙ୍କ ଜୀବନୀ ଉପରେ ଛାତ୍ର ଛାତ୍ରୀ ଙ୍କୁ କହିଥିଲେ। କଲେଜ ର ଅର୍ଥନୀତି ବିଭାଗ ର ଅଧ୍ୟାପକ ଦେବାଶିଷ ପଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ନଦା ମିଶ୍ର , ଟୁନା ମେହେର ,ଦିଲ୍ଲିପ କୁମାର ମେହେର , ସୁରେନ୍ଦ୍ର କୁମାର ସାହୁ , ଶମ୍ଭୁ ପ୍ରସାଦ ସାହୁ , ଗୋପାଳ ଭୋଇ , ହରିହର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଶେଷରେ ମାନିନୀ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସର ରେ ଗଙ୍ଗାଧର କବିତା ଆବୃତ୍ତି କରାଯାଇଥିଲା । ଏଥିରେ ପ୍ରଦୀପ ପୋଢ଼ , କିଶୋର ମେହେର , ସତ୍ୟବାନ ମହାକୁର , ଜିତେନ୍ଦ୍ର ମେହେର ପ୍ରମୁଖ ସହଯୋଗ କରିଥିଲେ।
ସ୍ଵଭାବ କବି ଗଙ୍ଗାଧର ମହେରଙ୍କ ସାହିତ୍ୟ ରେ ପ୍ରକୃତିର ପ୍ରତିଛବି
