ଭବାନୀପାଟଣା ଟାଉନ ହଲ ଠାରେ କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ ମହିଳା ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ

କଳାହାଣ୍ଡି, ୦୯/୦୯ (ଜଗନ୍ନାଥ ନାଏକ) : ସ୍ଥାନୀୟ ଭବାନୀପାଟଣା ଟାଉନ ହଲ ଠାରେ ବିଜୁ ମହିଳା ଜନତା ଦଳର କଳାହାଣ୍ଡି ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଜ୍ୟ ସଭାନେତ୍ରୀ ତଥା ଅତାବୀରା ବିଧାୟିକା ସମ୍ମାନନୀୟା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଗାମୀ ଦିନରେ କିପରି ମହିଳା ସଂଗଠନ ଆହୁରି ସୁଦୃଢ ହେବ ସେନେଇ ସମସ୍ତ ଙ୍କୁ ଆହ୍ୱାନ ଦେଇଥୁବା ବେଳେ ସେଥିରେ ସମ୍ମାନୀୟ ଅତିଥି ରୂପେ ମାନ୍ୟବର ଯୋଜନା ଓ ସମନ୍ୱୟ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ରାଜେନ୍ଦ୍ର ଢୋଲକିଆ ଏବଂ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂ ଦେଓ , ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ନର୍ଲା ବିଧାୟକ ଭୁପିନ୍ଦ୍ର ସିଂ, ଧର୍ମଗଡ଼ ବିଧାୟକ ମୌସଧି ବାଗ.ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିସାରୀ.ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ପୂର୍ବତନ ସଦର ବିଧାୟକ ଦୁଷ୍ମନ୍ତ ନାଏକ, ଭବାନୀପାଟଣା ପୋୖରାଧ୍ୟକ୍ଷା ସଂଯୁକ୍ତା ବେହେରା , ସମସ୍ତ ଏନ.ଏ.ସି ଅଧ୍ୟକ୍ଷ ଓ ଅଧକ୍ଷ୍ୟା , ସମସ୍ତ ବ୍ଲକ ଅଧ୍ୟକ୍ଷ ଓ ଅଧକ୍ଷ୍ୟା , ବିଜୁ ଜନତା ଦଳର ବରିଷ୍ଠ କର୍ମକର୍ତ୍ତା, ଯୁବ, ଛାତ୍ର, ମହିଳା, ଜିଲ୍ଲା କମିଟିର ସମସ୍ତ ପଦାଧିକାରୀ ଉପସ୍ଥିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମ କୁ କଳାହାଣ୍ଡି ଜିଲ୍ଲା ସଭାନେତ୍ରୀ ଲଳିତା ନାଏକ ଅତି ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିବା ସହ ସବା ଶେଷ ରେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ |