Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରକ ଚାପାରେ ଜଣେ ଯୁବକ ମୃତ

ଦେବଗଡ଼ ଜିଲ୍ଲା ପୌରାଞ୍ଚଳ ଅନ୍ତର୍ଗତ ରିଆମାଳ ଛକ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ବାଇପାସ ଛକ ଓଭରବ୍ରିଜ ତଳେ ଏକ ଟ୍ରକ ଧକ୍କାରେ ଜଣେ ୧୮ବର୍ଷର ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣା ପଡିଛି। ଉୱାର୍ଡ ନମ୍ବର ୭ ମୋହିନୀପୁର ଗ୍ରାମର ଶିଶିର ସିଂଙ୍କ ପୁଅ ମୃତ୍ୟୁଞ୍ଜୟ ନିଜ ବାଇକ ଯୋଗେ ଓଭରବ୍ରିଜ ଛକ ଦେଇ ଦେବଗଡ଼ ପଟକୁ ଆସୁଥିବା ବେଳେ ଏକ ମାଲ ବୋଝେଇ ଟ୍ରକ ତାଙ୍କୁ ଧକ୍କାଦେଇ କିଛି ବାଟ ଘୋଷାରି ନେବାରୁ ଘଟଣା ସ୍ଥଳରେ ମୃତ୍ୟୁଞ୍ଜୟଙ୍କ ମୃତ୍ୟୁ ଘଟିଥିଲା l ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଅଟକ ରଖି ପୁଲିସକୁ ସୂଚନା ଦେବାପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଅନ୍ୟପକ୍ଷରେ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ସ୍ଥାନୀୟ ଅଂଚଳର ଜନସାଧାରଣ ଅଡ଼ି ବସିଥିବା ବେଳେ ପୁଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି