ଭବାନୀପାଟଣା ସ୍ଥିତ ପୁରୁଣାପଡ଼ା ଠାରେ ଟି.ପି.ଡ଼ବ୍ଲ୍ୟୁ.ଓ.ଡି.ଏଲ. ର ଅଭିଯୋଗ ପ୍ରକୋଷ୍ଟ ଫୋରମ ଉଦଘାଟିତ


କଳାହାଣ୍ଡି, ୦୯/୦୯ (ଜଗନ୍ନାଥ ନାଏକ) : ଓ ଇ ଆର ସି ର ନିର୍ଦେଶ କ୍ରମେ ଟି ପି ଡବ୍ଲ୍ୟୁ ଓ ଡି ଏଲ ପକ୍ଷରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ଇନକମ ଟାକ୍ସ କାର୍ଯ୍ୟାଳୟ ନିକଟରେ ଅଭିଯୋଗ ପ୍ରକୋଷ୍ଟ ଫୋରମ କୁ ଓ ଇ ଆର ସି ର ଅଧକ୍ଷ ସୁରେଶ ଚନ୍ଦ୍ର ମହାପାତ୍ର ଉଦଘାଟନ କରିଥିଲେ । ପୂର୍ବରୁ ବଲାଙ୍ଗୀର ରେ ଏହି ଫୋରମ ଥିବା ଯୋଗୁ କଳାହାଣ୍ଡି ଓ ନୂଆପଡା ବାସୀ ଅସୁବିଧା ର ସମ୍ମୁଖୀନ ହେଉଥିଲେ । ଏଣୁ କଳାହାଣ୍ଡି ଜିଲ୍ଲା ଠାରେ ହେବାକୁଥିବା ଦାବି କୁ ଗୁରୁତ୍ୱ ଦେଇ ଗତକାଲି ପ୍ରକୋଷ୍ଟ ଉଦଘାଟିତ ହୋଇଥିଲା.ଏହି ପ୍ରକୋଷ୍ଟ ଅଧୀନରେ କଳାହାଣ୍ଡି ଜିଲ୍ଲା ବିଦ୍ୟୁତ ସର୍କଲ ୩ ଟି ସବ ଡିଭିଜନ ସାମିଲ ହୋଇଛି। କିଛି ଅଭିଯୋଗ ମଧ୍ୟ ଦାଖଲ ହୋଇଥିଲା । ଏହା ଦାୟିତ୍ୱ ରେ ଅଧିକ୍ଷଣ ଯନ୍ତ୍ରୀଙ୍କୁ କାର୍ଯ୍ୟାଳୟ ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି । ଏହି ଉଛବରେ ଲିଗାଲ ସଦସ୍ୟ ଜି.ମହାପାତ୍ର, କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ଵେଶା ରେଡ୍ଡୀ, ସି ଇ ଓ ଇଂ ଗଜାନନ କାଲେ, ଏସ କେ ରାୟ ମହାପାତ୍ର, ଭବାନୀପାଟଣା ଟି.ପି.ଡ଼ବ୍ଲ୍ୟୁ.ଓ.ଡି.ଏଲ. ସଭାପତି
ରଞ୍ଜନ କୁମାର ନାଏକଙ୍କ ସମେତ ସମସ୍ତ କାର୍ଯ୍ୟାଧିକାରୀ
ପ୍ରମୁଖ ଉପସ୍ଥିତ ରହିଥିଲେ ।