Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସମାଜସେବୀ ସରୋଜ ବାଗ ଏବଂ ତ୍ରିଲୋଚନ ପାଣିଗ୍ରାହୀ ଙ୍କୁ ଜିଲ୍ଲା କଂଗ୍ରେସ କମିଟି ର ସାଧାରଣ ସମ୍ପାଦକ ଦାୟିତ୍ୱ

କଳାହାଣ୍ଡି, ୦୯/୦୯ (ଜଗନ୍ନାଥ ନାଏକ) : ପ୍ରଦେଶ କଂଗ୍ରେସ ର ଅନୁମୋଦନ କ୍ରମେ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ଘୋଷଣା ହୋଇଅଛି l ଜଣେ ସୁ ସଂଗଠକ,ସମାଜସେବୀ ସରୋଜ ବାଗ ଙ୍କୁ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଅଛି l ସେ ପୂର୍ବରୁ ଭବାନୀପାଟଣା ଟାଉନ କାର୍ଯ୍ୟକାରୀ ସଭାପତି ଏବଂ ବର୍ତମାନ ରାଜୀବ ଗାନ୍ଧୀ ପଚା୍ୟାତିରାଜ ସଂଗଠନର ଜିଲ୍ଲା ସଂଯୋଜକ ଦାୟିତ୍ୱ ରେ ଅଛନ୍ତି ସେହିପରି ତ୍ରିଲୋଚନ ପାଣିଗ୍ରାହୀ ଙ୍କୁ ଜିଲ୍ଲା ସାଧାରଣ ସମ୍ପାଦକ ମନୋନୀତ କରାଯାଇଛି l ସେ ମଧ୍ୟ ପୂର୍ବରୁ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି,ଜିଲ୍ଲା ଯୁବକଂଗ୍ରେସ ର ସଭାପତି ଏବଂ ରାଜ୍ୟ ଯୁବକଂଗ୍ରେସ ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇ ସାରିଛନ୍ତି l ଦୁହିଁଙ୍କୁ ଜିଲ୍ଲା ର ସାଧାରଣ ସମ୍ପାଦକ ଦାୟିତ୍ୱ ଦେଇଥିବାରୁ ଦୁହେଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସି. ଡବ୍ଲୁ. ସି. ସଦସ୍ୟ ଶ୍ରୀଯୁକ୍ତ ଭକ୍ତଚରଣ ଦାସ, ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ ପଟନାୟକଏବଂ ଜିଲ୍ଲା ସଭାପତି ଭାରତ ବେମାଲ ଙ୍କୁ ଧନ୍ୟବାଦ ଜଣାଇଛନ୍ତି l ଆଗାମୀ ଦିନରେ କଂଗ୍ରେସ ତୃଣମୂଳ ସ୍ତରରେ କିପରି ସୁଦୃଢ ହେବ ଓ ସଂଗଠନ କୁ ମଜଭୁତ କରାଯିବ ସେ ଉପରେ ପ୍ରାଥମିକତା ଦିଆଯିବ ବୋଲି ଜଣାଇଛନ୍ତି l