Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଝାରବାହାଲି ଓଡିଶା ଆଦର୍ଶ ବିଦ୍ୟାଳୟ ରେ ପାଳିତ ହେଲା ପ୍ରତିଷ୍ଠା ଦିବସ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଝାରବାହାଲି ଓଡ଼ିଶା ଆଦର୍ଶ ବିଦ୍ଯାଳୟର ୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଅଧ୍ଯକ୍ଷ ସୁନୀଲ କୁମାର ପଣ୍ଡାଙ୍କ ପ୍ରତ୍ଯକ୍ଷତ୍ତ୍ବାବଧାନ ରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଉଲୁଣ୍ଡା ବ୍ଲକ ଅଧ୍ଯକ୍ଷା ଶାନ୍ତିଲତା ମିଶ୍ର ଯୋଗଦେଇ ବକ୍ତବ୍ଯ ମାଧ୍ୟମରେ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଅତିଥି ଭାବରେ ସମାଜସେବୀ କୁର୍ତ୍ତିବାସ ମିଶ୍ର , ବରିଷ୍ଠ ଶିକ୍ଷକ ସନତ୍ ଗଡତିଆ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ଏ ଅବସରରେ ଅନୁଷ୍ଠିତ ବିଦ୍ଯାଳୟର ବିଭିନ୍ନ ପ୍ରତିଯୋଗିତାରେ ଉତ୍ତିର୍ଣ୍ଣ ହୋଇଥିବା କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ଙ୍କ ଦ୍ଵାରା ପୁରଷ୍କାର ବିତରଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଓଜସ୍ୱୀ ତାଣ୍ଡି ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ଯାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ। ଶେଷରେ ଶଙ୍କର ଦତ୍ତ ମିଶ୍ର ଧନ୍ଯବାଦ ଅର୍ପଣ କରିଥିଲେ।