Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନଙ୍କ ର ଦୁଇ ଦିନିଆ ତାଲିମ ଶିବିର ଉଦଯାପିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମାଟୁପାଲି ଠାରେ ଏଫ.ଏ ରାଧା ଅନୁଷ୍ଠାନ ପକ୍ଷରୁ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ନେଇ ମିଲେଟସ ର ପୌଷ୍ଟିକ ମୂଲ୍ଯବୋଧ ମାଟିଆରେସିପି , ସ୍ବାସ୍ଥ୍ଯଗତ ଲାଭ ଏବଂ ଘରୋଇ ବ୍ଯବହାର ବ୍ରୁଦ୍ଧି ଉପରେ ଦୁଇଦିନିଆ ତାଲିମ ଶିବିର ଶନିବାର ଉଦଯାପିତ ହୋଇଯାଇଛି l ଉକ୍ତ ଶିବିର ୮ ସେପ୍ଟେମ୍ବର ରୁ ୯ ସେପ୍ଟେମ୍ବର ୨୦୨୩ ପର୍ଯ୍ଯନ୍ତ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା । ଏହି ତାଲିମ ଶିବିରରେ ବ୍ଲକର ୯ ଗୋଟି ପଞ୍ଚାୟତରୁ ମୋଟ ୧୯ ଜଣ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ଯମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଏଥିରେ ବ୍ଲକ ପ୍ରକଳ୍ପ ସଂଯୋଜକ ସୁଜିତ କୁମାର ସାହୁ ସଭାପତିତ୍ୱ କରି ମିଲେଟ ମିଶନର ଲକ୍ଷ , ଉଦ୍ଦେଶ୍ଯ , ବ୍ଯବହାର ଉପରେ ଆଲୋଚନା କରିଥିଲେ । ଏହି ତାଲିମ ଶିବିରରେ ଜ୍ଞାନ ସାଧନ ବ୍ଯକ୍ତି ବା ରିସୋର୍ସ ପାର୍ସନ ଭାବରେ ଚଡେଇପଙ୍କ ପିଏଚସିର ଏଏନଏମ ନୟନା ସେଠି ଯୋଗଦେଇ ମିଲେଟର ପୋଷ୍ଟିକତା ଓ ସ୍ବାସ୍ଥ୍ଯଗତ ଲାଭ ବିଷୟରେ ବୁଝାଇଥିଲେ । ଉକ୍ତ ତାଲିମ ଶିବିରରେ ଓଡିଶା ମିଲେଟ ମିଶନର ଆଞ୍ଚଳିକ ସଂଯୋଜକ ପ୍ରିୟ ରଞ୍ଜନ ବିଶ୍ବାଲ , ଜିଲ୍ଲା ସଂଯୋଜକ ଭବାନୀ ଶଙ୍କର ମେହେର ଯୋଗଦେଇ ଏହାର ତ୍ରୁଣମୁଲ ସ୍ତରରେ ବ୍ଯବହାର ଓ ଚାଷ ବିଷୟରେ ଅବଗତି କରାଇଥିଲେ l ହିସାବ ରକ୍ଷକ ଗୌରବ ପ୍ରସାଦ ଦିଗଲ ସହଯୋଗ କରିଥିଲେ। ଶେଷରେ ବିନୋଦ କୁମାର ଦେହେରୀ ଧନ୍ଯବାଦ ଅର୍ପଣ କରିଥିଲେ।