Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବସରପ୍ରାପ୍ତ ଶିକ୍ଷକ ଭାର୍ଗବ ଚନ୍ଦ୍ର ଦେବଙ୍କ ପରଲୋକ

ଦେବଗଡ଼: ଅବସରପ୍ରାପ୍ତ ଶିକ୍ଷକ ଭାର୍ଗବ ଚନ୍ଦ୍ର ଦେବ(୮୫)ଙ୍କ ଆଜି ପରଲୋକ ହୋଇଯାଇଛି । ସ୍ବର୍ଗତ ଦେଵ କିଛିଦିନ ହେବ ଅସୁସ୍ଥ ହୋଇ ବୁର୍ଲା ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଆଜି ସକାଳ ୮ଟାରେ ତାଙ୍କର ଦେହାନ୍ତ ହୋଇଥିଲା । ଅନ୍ତିମଶର୍ଯ୍ୟା ନିକଟରେ ସ୍ତ୍ରୀ କନକ ମଞ୍ଜରୀ ଦେବୀ , ପୁତ୍ର ସ୍ୱରୂପ ,ପୁତ୍ରବଧୁ ରଶ୍ମି ଦେବୀ , ଝିଅ ଗୀତାଞ୍ଜଳୀ ଦେବୀ ଙ୍କ ସମେତ ନାତି ନାତୁଣୀ ଉପସ୍ଥିତ ଥିଲେ । ଦେବଗଡ ପ‌ୌରାଚଂଳର ଲାଲୁ ସାହିସ୍ଥିତ ତାଙ୍କ ବାସଭବନରେ ମର ଶରୀର ପଂହଚିବା ପରେ ବହୁ ବୁଦ୍ଧିଜୀବି ଓ ତାଙ୍କର ବହୁ ଛାତ୍ର ପଂହଚି ତାଙ୍କର ଶେଷ ଦର୍ଶନ କରିଥିଲେ । ତାଙ୍କ ବିୟୋଗରେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ , ପୂର୍ବ ବିଧାୟକ ସଂଜୀବ ପ୍ରଧାନ, ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେବୀ , ବିଜେଡ଼ି ସଭାପତି ରୋମାଂଚ ରଂଜନ ବିଶ୍ୱାଳ , ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମ , ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ଅନ୍ୟପଟେ ପୂର୍ବ ନଗରପାଳ ସୁଶୀଲ କପରଦାର, ସୁଧିର କପରଦାର, ଉପନଗରପାଳ ପ୍ରଜିତ ଭୋଜ, ପୂର୍ବ ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁ, ବିଜେପି ନେତା ରୋହିତ ଗଙ୍ଗଦେବ, ମାଧବୀ ଦେବୀ, ପ୍ରଫୁଲ୍ଲ ମହାପାତ୍ର, ମାର୍କଣ୍ଡେଶ୍ବର ଶତପଥି, ଆଇନଜୀବି ଦିଲ୍ଲିପ ଗୁରୁ, ସଚ୍ଚିକାନ୍ତ ଦାଶ, ଅଶୋକ ନନ୍ଦଙ୍କ ସମେତ ବହୁ ବୁଦ୍ଧିଜୀବି ତାଙ୍କ ବାସଭବନକୁ ଯାଇ ତାଙ୍କର ଶେଷ ଦର୍ଶନ କରିଥିଲେ । ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ପ୍ରଧାନପାଟସ୍ଥିତ ସ୍ବର୍ଗଦ୍ବାରରେ ଅନ୍ତିମ ସତ୍କାର କରାଯାଇଛି । ତାଙ୍କର ପୁଅ ସ୍ୱରୂପ ମୁଖାଗ୍ନି ଦେଇଥିଲେ ।