Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାରମ୍ବାର ଅଭିଯୋଗ ପରେ ବି ଶୁଣିଲାନି ପ୍ରଶାସନ, ରାସ୍ତା‌ ମରାମତି କଲେ ସାହି ବାସିନ୍ଦା

ଦେବଗଡ଼: ରାସ୍ତା ନିର୍ମାଣ ସହିତ ଡ୍ରେନ ନିର୍ମାଣ ପାଇଁ ବାରମ୍ବାର ଜିଲ୍ଲାପ୍ରଶାସନ ଓ ପୌରକର୍ତ୍ତୁପକ୍ଷଙ୍କ ନିକଟ‌ରେ ବାରମ୍ବାର ଅଭିଯୋଗ କରିବା ପରେ କିଛି ସୁଫଳ ମିଳିଲାନାହଁ । ବର୍ତ୍ତମାନ ବର୍ଷା ଦିନ ଥିବାବେଳେ ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିବାବେଳେ ସ୍ଥାନୀୟ ବାସିନ୍ଦାମାନେ ରାସ୍ତାର ମରାମତି କରିଥିଲେ । ଏଭଳି ଚିତ୍ର ଗ୍ରାମାଚଂଳର ନୁହଁ ଦେବଗଡ଼ ଜିଲାପାଳଙ୍କକାର୍ଯ୍ୟାଳୟର ଅନତି ଦୂରରେ ଥିବା ୧୧ ନମ୍ବର ୱାର୍ଡରେ ଥିବା ବାବୁସାହି ନ୍ୟୁ କଲୋନୀର ଦୃଶ୍ୟ । ଉକ୍ତ ସାହିରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ନର୍ଦ୍ଦମା ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି। ଫଳରେ ଉକ୍ତ ରାସ୍ତାଟି ବ୍ୟବହାର ଅନୁପଯୋଗୀ ହୋଇପଡିଛି । ଯାହା ଫଳରେ ଉକ୍ତ ସାହି ବା‌ସିନ୍ଦାମାନେ ନାହଁି ନଥିବା ଅସୁବିଧା‌ର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ପାଦରେ ଚାଲିଯିବାକୁ ହେଲେ ସାହି ବାସିନ୍ଦାଙ୍କୁ ଡ୍ରେନରୁ ପ୍ରବାହିତ ପାଣି ଓ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଯାତାୟାତ କରିବାକୁ ପଡୁଛି ।ଏଣୁ ଏହି ସମସ୍ୟାର ସମାଧାନ ନିମନ୍ତେ ସାହି ବାସିନ୍ଦା ମାନେ ଦେବଗଡ଼ ପୌର ପରିଷଦ କର୍ତ୍ତୃପକ୍ଷ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ବି ଜିଲ୍ଲା ପ୍ରଶାସନ କିମ୍ବା ପୌର କର୍ତ୍ତୃପକ୍ଷ ଡ୍ରେନ ଏବଂ ରାସ୍ତା ନିର୍ମାଣ କ୍ଷେତ୍ରରେ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଯୋଗଁୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ସାହି ବାସିନ୍ଦା ମିଳିତ ଭାବେ ରାସ୍ତା ଉପରେ ମାଟି ପକାଇ ଉକ୍ତ ରାସ୍ତାର ମରାମତି କରିଥିଲେ । ତେବେ ଉକ୍ତ ରାସ୍ତାର କିଛି ଅଂଶ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ବ୍ୟକ୍ତିଗତ ରେକର୍ଡ ଜମି ହୋଇଥିବାରୁ ସେଠାରେ ସ୍ଥାୟୀ ରାସ୍ତା ନିର୍ମାଣ ସମ୍ଭବ ହେଉନାହିଁ ବୋଲି ପୌର କର୍ତ୍ତୁପକ୍ଷ ପ୍ରକାଶ କରିଛନ୍ତି ।