Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଇ ସବୁରି ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ, କେସିଙ୍ଗା କମଳାକାନ୍ତ ନର୍ସିଂ ଏବଂ ହେଲଥ ସାଇନ୍ସ କଲେଜରେ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର

କଳାହାଣ୍ଡି, ୧୦/୦୯ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସ୍ଥାନୀୟ କେସିଙ୍ଗା ଠାରେ କମଳାକାନ୍ତ ନର୍ସିଂ ଓ ହେଲଥ ସାଇନ୍ସ କଲେଜ ରେ ସାଇ ସବୁରି ହସ୍ପିଟାଲ ଭୁବନେଶ୍ୱର ର ଚେୟାର ମେନ ଡ଼.ଶାରଦା ମିଶ୍ର ଓ ନିରୋଜ ପଟ୍ଟନାୟକ ଡ଼ାଇରେକ୍ଟର ଙ୍କ ନେତୃତ୍ବରେ ଏକ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶନିବାର ଅନୁଷ୍ଠିତ ହୋଇଥିଲା।ଏଥିରେ କେସିଙ୍ଗା ବ୍ଳକ ର ଆଖପାଖ ଅଞ୍ଚଳରୁ ରୋଗୀ ମାନେ ଅଂଶଗ୍ରହଣ କରି ମାଗଣାରେ ଔଷଦ ସ୍ୱାସ୍ଥ୍ୟ ଚିକିତ୍ସା ପାଇଥିଲେ।ଭୁବନେଶ୍ୱର ରୁ ଆସିଥିବା ଡ଼.ବିଶ୍ୱଜିତ ଛୋଟରାୟ, ଡ଼.ମନ୍ମଥ ରାୟବାହାଦୁର, ଡ଼.ପ୍ରେମ ଜ୍ୟୋତି ବାରିକ ଙ୍କ ସମେତ,ମେଡ଼ିସିନ ସ୍ପେସାଲିଷ୍ଟ, ଅସ୍ଥିଶୈଲ୍ୟ, ଫିଜିଥେରାପି, ଟେକନିକାଲ ବିଭାଗ କର୍ମଚାରୀ ମାନେ ଅଂଶଗ୍ରହଣ କରି ରୋଗୀମାନଙ୍କୁ ଚିକିତ୍ସା କରି ମାଗଣାରେ ବିଭିନ୍ନ ପ୍ରକାର ରୋଗୀ ଙ୍କୁ ଔଷଧ ପ୍ରଦାନ କରି ଥିଲେ।
କେସିଙ୍ଗା ଅଞ୍ଚଳରେ ବସବାସ କରୁଥିବା ଗରିବ ଶ୍ରେଣୀର ଲୋକଙ୍କୁ ମାଗଣାରେ ଓ ଠିକ ଭାବେ ଚିକିତ୍ସା ଯୋଗାଇ ଦେବାପାଇଁ କେସିଙ୍ଗା ଶିଳ୍ପାଞ୍ଚଳ ରେ ୫୦୦ଶର୍ଯ୍ୟ ବିଶିଷ୍ଟ ହସ୍ପିଟାଲ ଖୋଲିବା ପାଇଁ ଜିଲା ପ୍ରଶାସନ ଆଦେଶ ମଗା ଯାଇଛି।ଆଦେଶ ମଞ୍ଜୁର ହେଲେ ନୂତନ ହସ୍ପିଟାଲ ନିର୍ମାଣ ହେବ ବୋଲି ସାଇ ସବୁରି ହସ୍ପିଟାଲର ଚେୟାର ମେନ ଡ଼.ଶାରଦା ମିଶ୍ର ଘୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମରେ କମଳା କାନ୍ତ ନର୍ସିଂ ଓ ହେଲଥ ସାଇନ୍ସ କଲେଜର ପରିଚାଳକ ଚନ୍ଦ୍ରମଣି ସ୍ୱାଇଁ ଙ୍କ ସମେତ ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।ଏହି ଉପଲକ୍ଷେ ଚେୟାର ମେନ କଲେଜ ପରିସରରେ ବୃକ୍ଷ ରୋପଣ ମଧ୍ୟ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories