Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଭଳିବଲ ପ୍ରତିଯୋଗିତା ମହିମା କଲେଜର ୩-ଛାତ୍ରୀ ରାଜ୍ୟ ସ୍ତର ପାଇଁ ମନୋନୀତ

ଝାରସୁଗୁଡା ୧୦/୯ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଜାମଗାଁ ଆଞ୍ଚଳିକ ହାଇସ୍କୁଲ ଖେଳ ପଡ଼ିଆରେ ଚଳିତ ମାସ ୪ ତାରିଖରେ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଭଳିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ ଜିଲ୍ଲା ର ୫ଟି ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ମୋଟ ୬୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ।ସେମାନଙ୍କ ମଧ୍ୟରୁ ଲଖନପୁର ବ୍ଲକ ଅନ୍ତର୍ଗତ ମହିମା ପୁରମ ବିଜାପାଲି ମହିମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ତିନିଜଣ ଛାତ୍ରୀ ରାଜ୍ୟ ସ୍ତର ମହିଳା ଭଳିବଲ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି । ସେମାନେ ହେଲେ ସରିତା ରୋହିଦାସ,ପୂଜା କଲେତ ଏବଂ ଝରଣା ତିହିରିଆ । ଏହି ସଫଳତା ପାଇଁ କଲେଜର ଅଧ୍ୟକ୍ଷ ପ୍ରଫୁଲ ସା ଙ୍କ ସମେତ ସମସ୍ତ ଅଧ୍ୟାପକ,ଅଧ୍ୟାପିକା,କର୍ମଚାରୀ ଏବଂ ପରିଚାଳନା କମିଟିର ସଦସ୍ୟ,ସଦସ୍ୟା ତିନି ଜଣ ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆସନ୍ତା ୧୨ ତାରିଖରେ ବାଲେଶ୍ଵର ଜିଲ୍ଲା ରେମୁଣା ଠାରେ ହେବାକୁ ଥିବା ୧୭ ବର୍ଷରୁ କମ ରାଜ୍ୟ ସ୍ତରୀୟ ଭଳିବଲ ପ୍ରତିଯୋଗିତାରେ ଏହି ତିନିଜଣ ଛାତ୍ରୀ ଭାଗ ନେବେ ବୋଲି ମହିମା କଲେଜର ଅଧ୍ୟକ୍ଷ ଶ୍ରୀ ସା ଏବଂ ଖେଳ ଶିକ୍ଷକ ମନୋଜ ସାହୁ ସୂଚନା ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ