Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରଜରାଜନଗର ସଂକୁଳ ସ୍ତରୀୟ ସ୍ୱଦେଶୀ ବୈଠକ

ଝାରସୁଗୁଡା ୧୦/୯ (ଓଡ଼ିଶା ନ୍ୟୁଜ) ବ୍ରଜରାଜନଗର ସଂକୁଳ ସ୍ତରୀୟ ସ୍ବଦେଶୀ ବୈଠକ ପଞ୍ଚଗାଁ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଆଜି ଅନୁଷ୍ଠିତ ହୋଇ ଯାଇଛି । ସର୍ବ ପ୍ରଥମେ ମାଁ ସରସ୍ୱତୀ, ଭାରତ ମାତା, ଓଁ, ଡକ୍ଟର ଜୀ, ଶ୍ରୀ ଗୁରୁଜୀଙ୍କ ଙ୍କ ଫଟୋ ଚିତ୍ର ସମ୍ମୁଖରେ ଦ୍ୱୀପ ପ୍ରଜ୍ବଳନ ସହ ପୁଷ୍ପ, ନୈବେଦ୍ୟ ଦେଇ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଉଦଘାଟନୀ ଉତ୍ସବରେ ପଞ୍ଚଗାଁ ସରସ୍ୱତୀ ଶିଶୁ ମନ୍ଦିର ପରିଚାଳନା କମିଟିର ସଭାପତି ସୁଦାମ ପଧାନ ସଭାପତିତ୍ୱ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ରଥ ସଭା ପରିଚାଳନା କରିଥିଲେ । ବୈଠକର ପ୍ରାରମ୍ଭରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ରଥ ବୈଠକର ଉଦ୍ଧେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ମୁଖ୍ୟ ଅତିଥି ବିରଞ୍ଚି ପଧାନ ଏହାର ଉପାଦେୟତା ସମ୍ବନ୍ଧରେ ବିଶୃତ ଭାବରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ବ୍ରଜରାଜନଗର ସଂକୁଳ ପ୍ରମୁଖ ଯୋଗେଶ ପ୍ରଧାନ ଯୋଗଦେଇ ସ୍ବଦେଶୀ ସମ୍ପର୍କରେ ବିଷଦ ଭାବେ ଆଲୋକପାତ କରିବା ସହିତ ବିଦ୍ୟାଳୟ ସ୍ତରରେ କିଭଳି କ୍ରିୟାନ୍ମୟନ କରା ଯାଇ ପାରିବ ଏଥିପାଇଁ ବିଦ୍ୟାଳୟ ମାତୃ ଭାରତୀ କମିଟି, ବିଦ୍ୟାଳୟ ପରିଚାଳନା କମିଟି ତଥା ଗୁରୁଜୀ ଗୁରୁ ମାଁ ମାନଙ୍କୁ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଉକ୍ତ ବୈଠକରେ ବ୍ରଜରାଜନଗର ସଂକୁଳ ଅଧିନସ୍ଥ ୮ଟି ସରସ୍ବତୀ ଶିଶୁ ମନ୍ଦିର ରୁ ଯୋଗ ଦେଇଥିବା ସ୍ବଦେଶୀ ପ୍ରମୂଖ ମାନଙ୍କ ମଧ୍ୟରେ ବ୍ରଜରାଜନଗର ସରସ୍ୱତୀ ଶିଶୁ ମନ୍ଦିରରୁ ରଜନୀକାନ୍ତ ସେଠି, ରାଜପୁର ରୁ ସ୍ୱରୂପୀ ପାଢ଼ୀ, ବନ୍ଧବାହାଲରୁ ସତ୍ୟଭାମା ପଧାନ, ବେଳପାହାଡ଼ରୁ ହେମକାନ୍ତି ବାରିକ,ସମରବଗାରୁ ରୋହିଣୀ ପ୍ରଧାନ, ପଞ୍ଚଗାଁରୁ ଉଷାବତୀ ସାହୁ,ଲଖନପୁର ରୁ ନିତ୍ୟାନନ୍ଦ ବେନିଆ ଏବଂ କନକତୋରା ସରସ୍ୱତୀ ଶିଶୁ ମନ୍ଦିରରୁ ଅଞ୍ଜନା ପୋଢ଼ ଅଂଶଗ୍ରହଣ କରିଥିଲେ । ଶେଷରେ ପଞ୍ଚଗାଁ କମିଟିର ଉପ ସଭାପତି ଫକୀର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ମାନିତ ଅତିଥି ଭାବେ କୋଷାଧ୍ୟକ୍ଷ ରୁଦ୍ର ଚରଣ ଭୋଇ,ଇନ୍ଦ୍ରମଣି ପଧାନ ଏବଂ ବ୍ରହ୍ମା ବେହେରା ଯୋଗଦାନ କରିଥିଲେ ।
ସେହିପରି ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ରଥ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଇନ୍ଦ୍ରମଣି ପଧାନ ଏବଂ ସମ୍ମାନିତ ଅତିଥି ରୂପେ ସଂକୁଳ ପ୍ରମୂଖ ଯୋଗେଶ ପଧାନ, କୋଷାଧ୍ୟକ୍ଷ ରୁଦ୍ର ଚରଣ ଭୋଇ ଯୋଗଦାନ କରି ସ୍ୱଦେଶୀ ବିଷୟରେ ଆଲୋଚନା କରିଥିଲେ । ବ୍ରଜରାଜନଗର ସରସ୍ୱତୀ ଶିଶୁ ମନ୍ଦିରର ଗୁରୁମା ପୁଷ୍ପା ଜୟଶ୍ୱାଳ ବୃତ୍ତ କଥନ ଉପରେ ଆଲୋକପାତ କରିଥିଲେ । ସ୍ଥାନୀୟ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁଦାମ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ପଞ୍ଚଗାଁ ସରସ୍ୱତୀ ଶିଶୁ ମନ୍ଦିର ର ସମସ୍ତ ଗୁରୁଜୀ, ଗୁରୁମା, ସେବକ, ସେବୀକା ଏବଂ ମାତୃ ଭାରତୀ କମିଟିର ସଦସ୍ୟା ମାନେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ