ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଜାଲୋଏ ପଞ୍ଚାୟତର ସହରାପାଲି ଠାରେ ସୋନପୁରିଆ ମନୋଜ କ୍ରିଏସନ ତରଫରୁ କୋଶଲୀ ଟେଲି ଫିଲ୍ମ ‘ନୁଆଁଖାଇ ଦିନେ ଭେଟ୍ ହେମା’ ର ଶୁଭମହୁରତ ଅନୁଷ୍ଠିତ ହେଇଯାଇଛି । ଆଗକୁ ନୁଆଁଖାଇ ଗଣପର୍ବକୁ ଦୃଷ୍ଟି ରେ ରଖି ଏ ଫିଲ୍ମ୍ ରେ ଅଞ୍ଚଳର ପରମ୍ପରା ରୀତିନୀତି ତଥା ନାଚ ଗୀତ ସହ ମନୋରଞ୍ଜନ ଦେଖିବା କୁ ଦର୍ଶକ ପାଇବେ ବୋଲି ଯୁବ ନିର୍ଦେଶକ ତଥା ଲେଖକ ସୋନପୁରିଆ ମନୋଜ କହିଛନ୍ତି । ସମ୍ବଳପୁରୀ କମେଡିଅନ୍ ଟିଙ୍କୁ , ମିଲି ଙ୍କସମେତ ଆହୁରି ଅନେକ କଳାକାର ତଥା ସମାଜ ସେବୀ କୁଶ ବଘାର , ଶୁବାସ , କିଶୋର , କୃପା , ସଣ୍ଡେ ,ଶ୍ରବଣ , ଭକ୍ତ , ଆଣିସ୍ , ଆନନ୍ଦ , ରକି , ଅନିମା, ଲୁନା , ଅଭିନୟ କରିଛନ୍ତି । ଏଥିରେ ସଂଗୀତ ଦେଇଛନ୍ତି ଜଣାଶୁଣା ନିର୍ଦେଶକ ତ୍ରିସୁଲ୍ ଭଣଜା , ଗୀତ ଗାଈଛନ୍ତି କର୍ଣ୍ଣ ମହାନନ୍ଦ।କେମେରା ପ୍ରଶାନ୍ତ (ଟିଟୁ) , ନୂଆଖାଇ ଆଗରୁ ଏହା ସୋନପୁରିଆ ମନୋଜ ଚାନେଲ ରେ ଭିଡ଼ିଓ ମୁକ୍ତିଲାଭ କରିବ ବୋଲି ପ୍ରଯୋଜକ ଦିବ୍ୟ ମେହେର , ଅୟୋଜକ୍ ଜିତେନ୍ଦ୍ର ଚାନ୍ଦ କହିଛନ୍ତି । ଏଥିରେ ସହରା ପାଲି ଗ୍ରାମବାସୀ ବିଶେଷ ସହଯୋଗ କରିଛନ୍ତି ।
କୋସଲି ଟେଲି ଫିଲ୍ମ’ ନୁଆଁଖାଇ ଦିନେ ଭେଟ ହେମା’ ର ଶୁଭ ମହୁରତ
