ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ପଞ୍ଚାୟତ ସମିତି ବାଳିକା ଉଚ୍ଚ ବିଦ୍ୟାଳୟରେ ସ୍ଥାନୀୟ ସ୍ବାସ୍ଥ୍ୟ ଉପକେନ୍ଦ୍ର ତରଫରୁ ନୀଳ ଆକାଶ ନିମନ୍ତେ ବ୍ଲକ ସ୍ତରୀୟ ସ୍ୱଚ୍ଛ ଜଳବାୟୁ ଦିବସ ଶନିବାର ଦିନ ପାଳିତ ହୋଇ ଯାଇଛି I ଏହି ଅବସର ରେ ପିଏଚଇଓ ସ୍ୱର୍ଣ୍ଣପ୍ରଭl ଯୁଏଡ଼ ଙ୍କ ତତ୍ତ୍ଵାବଧାନରେ ବାଳିକା ଉଚ୍ଚ ବିଦ୍ୟାଳୟରୁ ପ୍ରାୟ ୨୩୦ ଜଣ ଛାତ୍ରୀଙ୍କୁ ନେଇ ଏକ ସଚେତନ ଶୋଭାଯାତ୍ରା କରାଯାଇଥିଲା । ଉକ୍ତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଅନିତା ରାଣୀ ହୋତା ସବୁଜ ପତାକା ଦେଖାଇ ଶୋଭାଯାତ୍ରା କୁ ଶୁଭାରମ୍ଭ କରିଥିଲେ । ଏହି ଅବସର ରେ ସ୍କୁଲ ପରିସର ରେ ଡା.ସ୍ୱପ୍ନେଶ୍ୱର ବେହେରା ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ସଚେତନତା ସଭା ରେ ଡା. ପ୍ରଣବ କୁମାର ମହାପାତ୍ର ଯୋଗଦେଇ ନୀଳ ଆକାଶ ନିମନ୍ତେ ସ୍ୱଚ୍ଛ ଜଳବାୟୁ ବିଷୟରେ ଉପସ୍ଥିତ ଛାତ୍ରୀମାନଙ୍କୁ ସଚେତନ କରାଇଥିଲେ । ସଭା ପରେ ସ୍କୁଲ ର ଛାତ୍ରୀମାନଙ୍କୁ ନେଇ ଏକ କୁଇଜ୍ ପ୍ରତିଯୋଗିତା କରାଯାଇଥିଲା । ଶିକ୍ଷୟିତ୍ରୀ ନମିତା ଡାଙ୍ଗ ଓ ଶିକ୍ଷକ ରାଜା ବାରିକ ଉକ୍ତ କୁଇଜ୍ ପ୍ରତିଯୋଗିତା କୁ ପରିଚାଳନା କରିଥିଲେ । ଏଥିରେ ଲିପିକା ଖେତି ପ୍ରଥମ , ସୋନମୟଶ୍ରୀ ରଥ ଦ୍ଵିତୀୟ ଓ ସୁଚିଶ୍ମିତା ଓତା ତୃତୀୟ ସ୍ଥାନ ଅଧିକାର କରିଥିଲେ । ସମସ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ସ୍କୁଲ ପରିସର ରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ପିଏଚଇଓ ସ୍ଵର୍ଣ୍ଣପ୍ରଭା ଯୁଏଡଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ହୋଇଥିଲା । ସ୍ବାସ୍ଥ୍ୟ ପରିଦର୍ଷକ ଆଲୋକ କୁମାର ସେଠୀ , ପ୍ରାଣବନ୍ଧୁ ଦେହୁରୀ , ବାଳିକା ହାଇସ୍କୁଲ ର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଏବଂ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଚଳିତ ମାସ ୪ ତାରିଖ ରୁ ୯ ତାରିଖ ଯାଏ ନୀଳ ଆକାଶ ନିମନ୍ତେ ସ୍ୱଚ୍ଛ ଜଳବାୟୁ ଦିବସ ଭାବେ ସମଗ୍ର ବିଶ୍ୱରେ ପାଳନ କରାଯାଉଛି।
ବାଳିକା ହାଇସ୍କୁଲ ରେ ବ୍ଲକ ସ୍ତରୀୟ ସ୍ଵଚ୍ଛ ଜଳବାୟୁ ଦିବସ ପାଳିତ
