ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ର ଛଅ ଗୋଟି ବ୍ଲକ ରୁ ୧୪୬ ଜଣ ଛାତ୍ର ଛାତ୍ରୀ ରାଷ୍ଟ୍ରୀୟ ଆବିଷ୍କାର ଯୋଜନା ଅଧୀନରେ ଦୁଇ ଦିନିଆ ଶିକ୍ଷଣ ପରିଭ୍ରମଣ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ଶନିବାର ପ୍ରସିଦ୍ଧ ଶ୍ରୀ ପାତାଳୀ କ୍ଷେତ୍ର ରେ ପହଁଚି ଥିଲେ l ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଙ୍କ ନେତୃତ୍ୱ ରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ ରାଧାକାନ୍ତ ଗଡତିଆ ଓ ମଞ୍ଜୁଲତା ଭୋଇ ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ଉକ୍ତ କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ଶିକ୍ଷଣ ପରିଭ୍ରମଣ ରେ ବାହାରି ଛନ୍ତି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର , ଗଣେଶ କିଶାନ , ଗୋଲକ ବିହାରୀ ପଣ୍ଡା , ଲକ୍ଷ୍ମଣ ମିଶ୍ର ଙ୍କ ମାର୍ଗ ଦର୍ଶନ ରେ ଜିଲ୍ଲା ର ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ର ୧୦୦ ଜଣ ଏବଂ ନବମ ଓ ଦଶମ ଶ୍ରେଣୀର ୪୬ ଜଣ ଛାତ୍ର ଛାତ୍ରୀ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦାନ କରିଛନ୍ତି l କାର୍ଯ୍ୟକ୍ରମ ର ପ୍ରଥମ ଦିନ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶ୍ରୀ ପାତାଳୀ କ୍ଷେତ୍ର ପରିଦର୍ଶନ କରିଛନ୍ତି l ପରେ ସୁବର୍ଣ୍ଣପୁର ଜିଲ୍ଲା ର ଅନ୍ୟତମ ପ୍ରସିଦ୍ଧ ଶକ୍ତି ପୀଠ ଉଲୁଣ୍ଡା ର ମା ‘ ମେଟାକାନୀ ପୀଠ କୁ ମଧ୍ୟ ପରିଭ୍ରମଣ କରିଛନ୍ତି । ଏ କାର୍ଯ୍ୟକ୍ରମ ରେ ସେମାନେ ପାତାଳି ଶ୍ରୀକ୍ଷେତ୍ର ଇତିହାସ ଜାଣିବା ସହ ବିଭିନ୍ନ ସକ୍ରିୟାତ୍ମକ କାର୍ଯ୍ୟ ରେ ଅଂଶ ଗ୍ରହଣ କରିଛନ୍ତି l ପ୍ରକୃତି କୋଳ ରେ କବିତା ଲିଖନ , ଚିତ୍ର ଅଙ୍କନ ତଥା ଏଇ କ୍ଷେତ୍ରରେ ରେ ଅବସ୍ଥିତ ପୋଖରୀ କୁ ଯାଇ ପରିସଂସ୍ଥା ବିଷୟରେ ବିଭିନ୍ନ ଆବିଷ୍କାର ଅନୁଭୂତି ପାଇଛନ୍ତି l ଏ କାର୍ଯ୍ୟକ୍ରମ ରେ ସହ ଗୋଷ୍ଠୀ ଅଧିକାରୀ କୃଷ୍ଣ ରଞ୍ଜନ ପଣ୍ଡା , ବଟକୃଷ୍ଣ ପାଢ଼ୀ ଓ ଫକୀର ଚରଣ ଭୋଇ ତଥା ବିଭିନ୍ନ ବ୍ଲକ ରୁ ୨୦ ଜଣ ମାର୍ଗ ଦର୍ଶକ ଶିକ୍ଷକ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ର ଅନେକ କର୍ମଚାରୀ ଙ୍କ ସହଯୋଗ ରେ ଏହା ପ୍ରଥମ ଦିନ ସଫଳତା ର ସହ ସମାପନ ହୋଇଛି। ଶନିବାର ରାତିରେ ପିଲାମାନେ ଜିଲ୍ଲା ସଦର ମହକୁମା ର ମହାରାଜା ଉଚ୍ଚ ବିଦ୍ୟାଳୟ ଓ ବାଳିକା ଉଚ୍ଚ ବିଦ୍ୟାଳୟ ରେ ରାତ୍ରି ଯାପନ କରି ରବିବାର ସମ୍ବଲପୁର ଜିଲ୍ଲା ଅଭିମୁଖେ ଗସ୍ତ କରିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି l ସେଠାରେ ସମଲେଇ ମନ୍ଦିର , ହୀରାକୁଦ ନଦୀବନ୍ଧ , ବୁର୍ଲା ଡାକ୍ତରଖାନା , ବିଶ୍ୱ ବିଦ୍ୟାଳୟ , ପ୍ଲାନେଟରୀୟମ , ବିଜ୍ଞାନ ପାର୍କ ଆଦି ପରିଭ୍ରମଣକରି ବିଭିନ୍ନ ଜ୍ଞାନ ତଥା ଅନୁଭୂତି ଗ୍ରହଣ ର ଲକ୍ଷ୍ୟ ରଖା ଯାଇଛି l
ସ୍କୁଲ ପିଲାଙ୍କ ଶିକ୍ଷଣୀୟ ପରିଦର୍ଶନ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ଶ୍ରୀ ପାତାଳୀ କ୍ଷେତ୍ର
