Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପିତା ମହୁଲ ଛକରୁ ଗଞ୍ଜେଇ ଜବତ କରି ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ  ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଛକ ରୁ ୩ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ  ଚୋରା ଚାଲାଣ  ଅଭଯୋଗରେ  ଦୁଇ ଜଣ କୁ ସୁବଳୟା ପୁଲିସ ଗିରଫ କରିଛି । ଗିରଫ ଦୁଇ  ଅଭିଯୁକ୍ତ ହେଲେ ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଅଞ୍ଚଳର ପ୍ରଶାନ୍ତ ମିଶ୍ର ଓ ଧୀରେନ୍ଦ୍ର ଦେବ । ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ସୁବଳୟା ପୁଲିସ ରେଢ଼ାଖୋଲ ରାସ୍ତାର ପିତାମହୁଲ ରେ ଜଗିଥିଲେ। ପିତା ମହୁଲ ଛକରେ ଅଭିଯୁକ୍ତ ଦ୍ୱୟ ଗଞ୍ଜେଇ ଧରି ବସ କୁ ଅପେକ୍ଷା କରିଥିଲେ । ସୁବଳୟା ପୁଲିସ ଅଭିଯୁକ୍ତ ଦ୍ୱୟ ଙ୍କୁ ସନ୍ଧେହ କରି ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ତାଙ୍କ ଠାରୁ ପ୍ରାୟ ୩ କେଜି ୨୦୦ ଗ୍ରାମ ର ଗଞ୍ଜେଇ ଜବତ କରିଥିଲା ।  ଜଞ୍ଜେଇ ଜବତ ପରେ  ଏକଜୁକୁଟିଭ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ସ୍ବାଗତ କୁମାର ପଣ୍ଡା ଙ୍କ ଉପସ୍ଥିତିରେ ଜବତ ଜଞ୍ଜାଇ ଓଜନ କରାଯାଇଥିଲା । ଗଞ୍ଜେଇ  ର ଓଜନ ୩ କେଜି ୨୦୦ ଗ୍ରାମ ଥିବା ଜଣାଯାଇଥିଲା ।  ଗଞ୍ଜେଇ ଚାଲାଣ କରୁଥିବାର କୌଣସି ଆଇନ ଗତ କାଗଜାତ ଦେଖାଇ ପାରି ନଥିବାରୁ  ଅଭିଯୁକ୍ତ ଦ୍ୱୟଙ୍କୁ ପୁଲିସ ଗିରଫ କରିଥିଲା । ଉଭୟ ଅଭିଯୁକ୍ତ ମାନଙ୍କ ନାମରେ ଏନ୍ ଡି ପି ଏସ ଆକ୍ଟ ରେ     ଥାନା  କେସ ନ ୧୪୭/୨୩ ଏକମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ।  ସୂଚନା ଥାଉକି ଏହି ରାସ୍ତା ଦେଇ ଅନେକ ସମୟରେ ବୌଦ୍ଧ ପଟୁ ଗଞ୍ଜେଇ ଚୋରା ଚାଲାଣ  ହେଉଥିବା   ସାଧାରଣରେ  ଅଭିଯୋଗ ହେଉଛି । ଯଦି ପୁଲିସ ଠିକ୍ ଭାବରେ ଯାଞ୍ଚ୍  ଅଧିକ ଚୋରା ଗଞ୍ଜେଇ ବେପାରୀ ଗିରଫ ହେବେ ବୋଲି  ସାଧାରଣରେ ଆଲୋଚନା ହେଉଛି।