ସମାଜସେବୀ ସରୋଜ ବାଗଙ୍କୁ ଜିଲ୍ଲା କଂଗ୍ରେସ କମିଟି ର ସାଧାରଣ ସମ୍ପାଦକ ମନୋନୀତ

କଳାହାଣ୍ଡି, ୧୦/୦୯ (ଜଗନ୍ନାଥ ନାଏକ) : ପ୍ରଦେଶ କଂଗ୍ରେସ ର ଅନୁମୋଦନ କ୍ରମେ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ଘୋଷଣା ହୋଇଅଛି l ଜଣେ ସୁ ସଂଗଠକ, ସମାଜସେବୀ ସରୋଜ ବାଗଙ୍କୁ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଅଛି l ସେ ପୂର୍ବରୁ ଭବାନୀପାଟଣା ଟାଉନ କାର୍ଯ୍ୟକାରୀ ସଭାପତି ଏବଂ ବର୍ତମାନ ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନର ଜିଲ୍ଲା ସଂଯୋଜକ ଦାୟିତ୍ୱରେ ଅଛନ୍ତି । ଜିଲ୍ଲା ସାଧାରଣ ସମ୍ପାଦକ ମନୋନୀତ କରାଯାଇଛି l ସେ ମଧ୍ୟ ପୂର୍ବରୁ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି, ଜିଲ୍ଲା ଯୁବକଂଗ୍ରେସ ର ସଭାପତି ଏବଂ ରାଜ୍ୟ ଯୁବକଂଗ୍ରେସ ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇ ସାରିଛନ୍ତି l ତଙ୍କଙ୍କୁ ଜିଲ୍ଲା ର ସାଧାରଣ ସମ୍ପାଦକ ଦାୟିତ୍ୱ ଦେଇଥିବାରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସି. ଡବ୍ଲୁ. ସି. ସଦସ୍ୟ ଶ୍ରୀଯୁକ୍ତ ଭକ୍ତଚରଣ ଦାସ, ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ ପଟନାୟକଏବଂ ଜିଲ୍ଲା ସଭାପତି ଭାରତ ବେମାଲ ଙ୍କୁ ଧନ୍ୟବାଦ ଜଣାଇଛନ୍ତି l ଆଗାମୀ ଦିନରେ କଂଗ୍ରେସ ତୃଣମୂଳ ସ୍ତରରେ କିପରି ସୁଦୃଢ ହେବ ଓ ସଂଗଠନ କୁ ମଜଭୁତ କରାଯିବ ସେ ଉପରେ ପ୍ରାଥମିକତା ଦିଆଯିବ ବୋଲି ଜଣାଇଛନ୍ତି l