Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ଜିଲ୍ଲା ଆମ ଆଦମୀ ପାର୍ଟି ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, ୧୦/୦୯ (ଜଗନ୍ନାଥ ନାଏକ) : ଆଜି ଆମ୍ ଆଦମୀ ପାର୍ଟି କଳାହାଣ୍ଡି ଜିଲ୍ଲା ତରଫରୁ ନର୍ଲା ବିଧାନସଭା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ନର୍ଲା ଷ୍ଟେସନ ରୋଡ ପାଖ ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ। ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ଲୋକସଭା ସଭାପତି ଶ୍ରୀ କୃତିବାସ ମୁଣ୍ଡ, ଜିଲ୍ଲା ଆବାହକ ସତ୍ୟ ମାହ।ର, ଜିଲ୍ଲା ସାଧାରଣ ସମ୍ପାଦକ ତୀର୍ଥ ବୁଦ୍ଧିଆ, ସାଧାରଣ ସମ୍ପାଦକ ଲତା ସାହୁ, ଧରଣୀ ସାହୁ, ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ଶ୍ରୀ ଡୋଲେ ସ୍ୱର ସା, ବିଶ୍ବମ୍ବର ମାଝୀ, ନର୍ଲା ବ୍ଲକ ସଭାପତି ଭୂପିନ୍ଦର ଦୀପ ପ୍ରମୁଖ ଅନେକ ଯୁବା ସାଥୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ସାମିଲ୍ ହୋଇ ଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ କିଭଳି ଘର ଘର ଯାଇ ମୋବାଇଲ ଆପ ମାଧ୍ୟମରେ ସଦସ୍ୟ ଗ୍ରହଣ କରାଯାଇ ପାରିବ ସେ ଦିଗରେ ଏକ ନୂତନ ରଣନୀତି ପ୍ରସ୍ତୁତ କରିବା ସହିତ “ଘର୍ ଘର୍ ଦଶ ଥର” ମାଧ୍ୟମରେ ଜନତାଙ୍କ ନିକଟତର ହେବା ସହିତ ସମସ୍ତଙ୍କ ସମସ୍ୟା ରେ ସାମିଲ୍ ହେବା ଦିଗରେ ନୂତନ ସନ୍ଦେଶ ଦେଇଥିଲେ କଳାହାଣ୍ଡି ଲୋକସଭା ସଭାପତି ଶ୍ରୀ କୃତିବାସ ମୁଣ୍ଡ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ