Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ଠାରେ ସଦ୍ଭାବନା ସଭା ଅନୁଷ୍ଠିତ

କଳାହାଣ୍ଡି , ୧୧/୦୯ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଧର୍ମଗଡ ବ୍ଲକ ର ବିଭିନ୍ନ ଗ୍ରାମରୁ ବିଭିନ୍ନ ଜାତି ର ମୁଖିଆ ଓ ପ୍ରତିନିଧି ମାନଙ୍କୁ ନେଇ ସଦ୍ଭାବନା ସଭା ଅନୁଷ୍ଠିତ ହୋଇଥିଲା ଉକ୍ତ ସଭାରେ କଳାହାଣ୍ଡି ଜିଲ୍ଲାର ସାମାଜିକ କାର୍ଯ୍ୟକର୍ତ୍ତା ଜୟନାରାୟଣ ବାବୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଗଙ୍ଗାଧର ବେଶ୍ରା ଯୋଗ ଦେଇଥିଲେ ଉକ୍ତ ସଭାରେ ବିଭିନ୍ନ ଗ୍ରାମରୁ ୨୮ଟି ଜାତିର ୬୩ଜଣ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।
ମୁଖ୍ୟ ଅତିଥି ଆମ ସମାଜ ଆମେ କିପରି ସମନ୍ଵୟ ରକ୍ଷ୍ୟାକରିବା ଏବଂ ସମସ୍ତେ ଭାଇଚାରା ରେ ମିଳିମିଶି ଜଣେ ଜଣେ ଭାରତୀୟ ନାଗରିକ ଭାବରେ ସମାଜର ଉନ୍ନତି କାର୍ଯ୍ୟରେ ସହଯୋଗ କରିବା ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ଯ ବକ୍ତା ଆମସମାଜକୁ କିପରି ବିଧର୍ମୀ ମାନଙ୍କର ଆକ୍ରମଣ ହେଉଛି ଆମେ କିପରି ସେମାନଙ୍କୁ ମୁକାବିଲା କରିବା ଏବଂ ଆମ ଧର୍ମ କୁ କିପରି ରକ୍ଷ୍ୟା କରିପରିବା, ଆମେ ସମସ୍ତେ ଭାରତୀୟ ସନାତନି ଅଟୁ ଏହି ପରିଚୟ ଦେବା ସମସ୍ତ ଭାରତୀୟ ଏକ ବୋଲି ପରିଚୟ ଦେବା ଓ ସମସ୍ତ ଙ୍କ ସହ ସମନ୍ୱୟ ରକ୍ଷ୍ୟା କରିବା, ଦେଶ ମାତୃକା ସେବାରେ ନିଜକୁ ନିୟୋଜିତ କରିବା ଏହି ବାର୍ତ୍ତା ପ୍ରଦାନ କରିଥିଲେ ସଭାକୁ ଶ୍ରୀ ଶିଶିର କୁମାର ମେହେର ପରିଚାଳନା କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ