କଳାହାଣ୍ଡି, ୧୧/୦୯ (ଜଗନ୍ନାଥ ନାଏକ) : ଗତ କିଛି ଦିନ ତଳେ କେସିଙ୍ଗା ଛୁରା ମାଡ଼ ଘଟଣା ଦିନକୁ ଦିନ ନୂଆ ରୂପ ନେଉଥିବା ବେଳେ ଆଜି ଛୁରା ମାଡ଼ କରିଥିବା ଅଭିଯୁକ୍ତ ଙ୍କ ୱାର୍ଡର ସଫେଇ କର୍ମଚାରୀ ମାନେ ସହର ର ସଫେଇ କାମ ଆଜିଠୁ ଠପ୍ କରିଦେଇଛନ୍ତି। ଓ କେସିଙ୍ଗା ଆଦର୍ଶ ଥାନା ଓ କେସିଙ୍ଗା ଏନ୍.ଏ.ସି.ରେ ପୃଥକ୍ ଲିଖିତ ଅଭିଯୋଗ କରି ସମସ୍ୟା ର ସମାଧାନ ନ କରିବା ପର୍ଯ୍ୟନ୍ତ ସଫେଇ କାମ ଠପ୍ ରହିବ ବୋଲି ଚେତାବନୀ ଦେଇଛନ୍ତି। ସଫେଇ କର୍ମଚାରୀ ମାନଙ୍କ ଅଭିଯୋଗ ଅନୁସାରେ ଗତ ୬ ତାରିଖ ଦିନ ହୋଇଥିବା ଛୁରା ମାଡ଼ ଘଟଣା ରେ ସଂପୃକ୍ତ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଦୁଇ ଜଣ ୧୨ ନଂ ୱାର୍ଡ ର ପିଲା ମାନେ ଓ ତାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ଓ ଯଦି ଅଭିଯୁକ୍ତ ମାନେ ଦୋଷୀ ତାହା ହେଲେ ସେମାନଙ୍କୁ ଦଣ୍ଡ ମିଳୁ ଏଥିରେ କୌଣସି ଆପତ୍ତି ନାହିଁ କିନ୍ତୁ ୬ ତାରିଖର ଘଟଣା କୁ ନେଇ ୮ ତାରିଖ ରାତି ୮ ଟା ସମୟରେ ଛୁରା ମାଡ଼ ଖାଇଥିବା ୧ ନ ୱାଡ଼ ର ୫୦ ରୁ ୬୦ ଜଣ ପିଲା ମଟର ସାଇକଲ ରେ ୧୨ ନମ୍ୱର୍ ୱାଡ଼ ଆଡେ ଯାଇ ଜାତିଆଣ ଆକ୍ଷେପ କରି ଅସଭ୍ୟ ଭାଷାରେ ଗାଳି କରିଥିଲେ ବୋଲି ଅଭିଯୋଗ କରିଛନ୍ତି ଓ ଜୀବନ ରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି। ତେଣୁ ଲିଖିତ ଅଭିଯୋଗ ଅନୁସାରେ ଗାଳି ଗୁଲଜ ଓ ଧମକ ଦେଇ ଥିବା ପିଲାମାନଙ୍କୁ ତୁରନ୍ତ ଗିରଫ ନ କରିବା ପର୍ଯ୍ୟନ୍ତ ସହରର ଅଳିଆ ଆବର୍ଜନା ସଫା କରିବୁ ନାହିଁ ବୋଲି ସଫେଇ କର୍ମଚାରୀ ମାନେ କେସିଙ୍ଗା ଏନ୍.ଏ.ସି. ନିର୍ବାହୀ ଅଧିକାରୀ ଏବଂ ନଗରପାଳ ନୃପରାଜ ଯାଦବଙ୍କୁ ଲିଖିତ
ଭାବରେ ଜଣାଇଛନ୍ତି। ତାହା ଦେଖି ବାକୁ ବାକି ରହିଲା ସମସ୍ୟା ର ସମାଧାନ କେବେ ସମାଧାନ କରୁଛନ୍ତି।
ଛୁରା ମାଡ଼ ଘଟଣାରେ ନୂଆ ମୋଡ଼ ୧୨ ନମ୍ବର ୱାର୍ଡ଼ ର ସଫେଇ କର୍ମଚାରୀ ମାନଙ୍କ କାର୍ଯ୍ୟ ବନ୍ଦ୍ ଆନ୍ଦୋଳନ
