ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଏସ.ପତ୍ରାପାଲି ପଞ୍ଚାୟତ ଅନ୍ତର୍ଗତ ଗିନ୍ଦିଲାମାଲ ଗ୍ରାମରେ ବିଷାକ୍ତ ସାପ କାମୁଡ଼ା ରେ ଜଣେ ଯୁବକଙ୍କ ମ୍ରୁତ୍ୟୁ ହୋଇଥିବା ଜଣାପଡିଛି । ମ୍ରୁତ ଯୁବକ ଜଣକ ହେଲେ ସେହି ଗ୍ରାମର ନିଲାନ ପୁର୍ତୀ (୩୭) । ସୂଚନା ମୁତାବକ ନିଲାନ ରବିବାର ରାତିରେ ନିଜ ଘର ଭିତରେ ଶୋଇଥିବା ବେଳେ ବିଳମ୍ବିତ ରାତ୍ରୀରେ ଏକ ବିଷାକ୍ତ ସାପ କାମୁଡି ଦେଇଥିବା ଜାଣିବାକୁ ପାଇଥିଲେ । ସାପ କାମୁଡିବା ଜାଣିବା ପରେ ତାଙ୍କ ସ୍ତ୍ରୀ କୁ ଉଠାଇ ଥିଲେ । ସାପ ତାଙ୍କ ବେକ ଏବଂ କାନ୍ଧ ନିକଟରେ କାମୁଡି ଥିବା ଦେଖି ତୁରନ୍ତ ତାଙ୍କୁ ସମ୍ବଲପୁର ସରକାରୀ ଡାକ୍ତର ଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା , ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଡାକ୍ତର ଖାନାରେ ପୋଲିସ ପହଞ୍ଚି ଶବ ଜବତ କରିବା ସହିତ ଏକ ଅପମ୍ରୁତ୍ଯୁ ମାମଲା ରୁଜୁ କରି ବ୍ଯବଚ୍ଛେଦ ପାଇଁ ପଠାଇଥିଲେ । ବ୍ଯବଚ୍ଛେଦ ପରେ ସୋମବାର ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା । ନିଲାନ ଙ୍କ ମୃତ ଦେହ ଗାଁ କୁ ଆଣିବା ପରେ ଗାଁ ରେ ଏକ ଶୋକାକୁଳ ପରିବେଶ ଦେଖାଦେଇଥିଲା । ନିଲାନ ଙ୍କ ୨ ଟି ପୁଅ ଏବଂ ୨ ଟି ଝିଅ ଥିବା ବେଳେ ବଡ ପୁଅକୁ ୧୧ ବର୍ଷ , ସବୁଠାରୁ ଛୋଟ ଝିକକୁ ୫ ମାସ ହୋଇଥିବା ଜଣାପଡିଛି । ତେବେ ପ୍ରସାଶନ ଏଥିପ୍ରତି ଦ୍ରୁଷ୍ଟି ଦେଇ ତାଙ୍କ ପରିବାର କୁ ସହାୟତା ଯୋଗାଇ ଦେବାପାଇଁ ସ୍ଥାନିୟ ଲୋକେ ଦାବୀ କରୁଛନ୍ତି।
ସାପ କାମୁଡ଼ାରେ ଯୁବକ ମୃତ, ସହାୟତା ଦାବି
