Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉତ୍କେଲା ଠାରେ +୩ ଡିଗ୍ରୀ କଲେଜ କୁ ନେଇଁ ଦ୍ୱତୀୟ ବୈଠକ

କଳାହାଣ୍ଡି, ୧୨/୦୯ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଉତ୍କେଲା ବିକାଶ ମଞ୍ଚ ସଭାପତି ଅନିରୁଦ୍ଧ ସାହୁ ଙ୍କ ନେତୃତ୍ୱରେ ଆଜି ଉତ୍କେଲା ସାପ୍ତାହିକ ବଜାର ପ୍ରାଙ୍ଗନରେ ତା ୧୦/୦୯/୨୦୨୩ରିଖ ରବିବାର ଦିନ ଦିବା ୪ଘଣ୍ଟା ସମୟରେ ଉତ୍କେଲା ବିକାଶ ମଞ୍ଚ ପକ୍ଷରୁ ଉତ୍କେଲା +୩ ଡିଗ୍ରୀ କଲେଜ ପାଇଁ ଜରୁରୀ କାଳୀନ ବୈଠକ ହୋଇଥିଲା, ଏହି ବୈଠକରେ ୧୦ ଗୋଟି ଗ୍ରାମପଞ୍ଚାୟତ ର ସରପଞ୍ଚ ଓ ଜିଲ୍ଲା ପରିଷଦ ସମିତିସବ୍ୟ ଶିକ୍ଷାବୀତ ବୃଦ୍ଧିଜୀବୀ ସମାଜ ସେଵୀ ସମସ୍ତଙ୍କ ଉପସ୍ଥିରେ ନୂତନ କର୍ମ କର୍ତା ଚୟନ କରାଯାଇଥିଲା, ଓ +୩ ଡିଗ୍ରୀ କଲେଜ ଖୋଲିଵା ପାଇଁ ନିର୍ଦ୍ଧାରିତ ହୋଇଥିବାରୁ ସମସ୍ତଙ୍କ ସହଯୋଗ କ୍ରମେ ନୂତନ କଲେଜ ହେଲେ ଆମ ଅଞ୍ଚଳରେ
ଥିବା ସମସ୍ତ ଛାତ୍ର ଛାତ୍ରୀ ଉତ୍ସାହିତ ସହ ପାଠ ପଡିପାରିବେ ବୋଲି ଆଲୋଚନା କରାଯାଇଥିଲା, ବୈଠକ ଆଖ ପାଖ ଅଂଚଳର ଯଥା ଉତ୍କେଲା ଗ୍ରାମପଞ୍ଚାୟତ ର ସରପଞ୍ଚ ନରେନ୍ଦ୍ର ମାଝୀ, କୁଣ୍ଡବନ୍ଦ ଗ୍ରାମପଞ୍ଚାୟତ ସରପଞ୍ଚ ରୋଜି ପ୍ରଧାନ ଦେଓଗାଁ ଗ୍ରାମପଞ୍ଚାୟତ ଡମ୍ୱରୁଧର ପଟନାୟକ ଗୋକେଲେଶ୍ୱର ଗ୍ରାମପଞ୍ଚାୟତ ସରପଞ୍ଚ କେଶୁଲାଲ ତାଣ୍ଡି ଚାଁଚେର ଗ୍ରାମପଞ୍ଚାୟତ ସରପଞ୍ଚ ଅଞ୍ଜୁ କୁମାର ଗାଈଗାଁ ସରପଞ୍ଚ ପାଶ୍ଟିକୁଡ଼ି ସରପଞ୍ଚ ଅଧମୁଣ୍ଡା ସରପଞ୍ଚ ଉପସ୍ଥିତ ରହିଥିବା ବେଳେ ଜିଲ୍ଲା ପରିଶୋଧ ତିନି ନମ୍ବର ଜୋନ ର ସୁନିତା ଶବର କୁଣ୍ଡାବନ୍ଧ ସମିତି ସବ୍ୟ ସମାଜସେବୀ ମନୋଜ କୁମାର ପଟନାୟକ ଓ ଉତ୍କେଲା ସମିତି ସବ୍ୟ ତ୍ରିନାଥ ମାଝୀ ପ୍ରଭୁତି ଅଞ୍ଚଳ ର ଶିକ୍ଷାବିତ ଉପସ୍ଥିତ ରହି ଉତ୍କେଲା +୩ କଲେଜ ପାଇଁ ଯଥାଶୀଘ୍ର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ