ସୁବର୍ଣ୍ଣପୁର ପୋଲିସକୁ ବଡ ସଫଳତା, ୧ କ୍ବିଣ୍ଟାଲ ଗଞ୍ଜେଇ ସହ ମେକ୍ସ ପିକଅପ ଗାଡି ଜବତ ା


ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ପୋଲିସ ଗତକାଲି ବିଶ୍ୱସ୍ଥ ସୁତ୍ରରୁ ଖବର ପାଇ ଏକ ଗଞ୍ଜେଇ ଗାଡି ଧରିବାରେ ସଫଳ ହୋଇଛି । ସହରର କୁଞ୍ଜ ଛକ ଠାରେ ପୋଲିସ ଛକି ବସିଥିବା ବେଳେ ପ୍ରଥମେ ଏକ ମୋଟର ସାଇକେଲରେ ୨ଜଣ ଯୁବକ ଆସିଥିଲେ । ସେମାନଙ୍କୁ ଅଟକାଇବାରୁ ପଛରେ ଏକ ମେକ୍ସପିକଅଫ ଗାଡିରେ ଗଞ୍ଜେଇ ନେଇ ଆସୁଥିବା ସୂଚନା ପାଇଥିଲେ । ଫଳରେ ପଛରେ ଆସୁଥିବା ଏକ ମେକ୍ସପିକଅଫ ଗାଡିକୁ ପୋଲିସ ଅଟକାଇ ଯାଚଂ କରିଥିବା ବେଳେ ସେଥିରୁ ୧କୁଇଣ୍ଟାଲ ୨କେଜି ଗଞେଇ ବାହାରି ଥିଲା । ବାଇକରେ ଥିବା ଦୁଇଜଣ ଓ ମେକ୍ସପିକଅଫ ଚଲାଉଥିବା ଡ୍ରାଇଭରକୁ ଗିରଫ କରିଥିଲା ପୋଲିସ । ସେମାନେ ହେଲେ ବୌଦ୍ଧଜିଲ୍ଲା ର ଅଙ୍ଗଦ ରଣା , ଆକାଶ ବେହେରା ଓ କନ୍ଧମାଳ ଜିଲ୍ଲାର ସୁମନ୍ତ ରାଣା ବୋଲି ଜଣାପଡିଛି । ସେମାନଙ୍କ ଠାରୁ ୧କୁଇଣ୍ଟାଲ ୨କେଜି ଗଞେଇ, ୧ଟି ମେକ୍ସପିକଅଫ ଗାଡ,୧ଟି ମୋଟରସାଇକେଲ ଓ ୨ଟି ମୋବାଇଲ ଫୋନ ଜବତ କରିଛି ସୋନପୁର ପୋଲିସ । ଏନେଇ ସଦର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନଙ୍କୁ ଆଜି କୋର୍ଟ ଚାଳାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ।