ବିନା ସୂଚନାରେ ରାଜ୍ୟ ବକ୍ସିଂ ସଂଘ ନିର୍ବାଚନକୁ ବିରୋଧ କରିଛନ୍ତି , ଜିଲ୍ଲା କ୍ରୀଡା ସଂଗଠକ


ବୀରମହାରାଜପୁର : ରାଜ୍ୟ ବକ୍ସିଂ ସଂଘ ଅନ୍ୟ ଅନୁବନ୍ଧିତ ସଂଘ ମାନଙ୍କୁ କୌଣସି ପୂର୍ବ ସୁଚନା ନ ଦେଇ ମନ ଇଛା ନିର୍ବାଚନ କରିବାର ଯୋଜନା କୁ ବିଭିନ୍ନ ଜିଲ୍ଲାର କ୍ରିଡା ସଂଗଠକ ବିରୋଧ କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା କ୍ରିଡା ସଂଗଠକ ବ୍ରଜଗୋପାଳ ପଣ୍ଡା ଏ ନେଇ ସାମ୍ବାଦିକ ମାନଙ୍କୁ ସୁଚନା ଦେବା ସହ ରାଜ୍ୟ ବକ୍ସିଂ ସଂଘ , ଓଡିଶା ଅଲମ୍ପିକ ଆସୋସିଏସନ , ରାଜ୍ୟ କ୍ରିଡା ବିଭାଗ କୁ ଅଭିଯୋଗ କରିଛନ୍ତି । ଉକ୍ତ ନିର୍ବାଚନ ଚଳିତ ମାସ ୧୭ ତାରିଖରେ ହେବ । ଏହାର ନିର୍ବାଚନ ହେବା ନେଇ ସୂଚନା କୌଣସି ଜିଲ୍ଲା କୁ ଜଣାଇ ଦିଆ ଯାଇ ନାହିଁ । ତେଣୁ ଉକ୍ତ ନିର୍ବାଚନ ପ୍ରକ୍ରିୟା କୁ ବିରୋଧ କରିବା ସହିତ ଏହାକୁ ବନ୍ଦ କରିବାକୁ ଦାବି କରିଛନ୍ତି କ୍ରୀଡ଼ା ସଂଗଠକ ବ୍ରଜଗୋପାଲ ପଣ୍ଡା । ସାତ ଦିନ ମଧ୍ୟରେ ଯଦି ଉକ୍ତ ନିର୍ବାଚନ ପ୍ରକ୍ରିୟା ବନ୍ଦ କରା ନ ଯାଏ ତେବେ ଆଗାମି ଦିନରେ କୋର୍ଟ ର ଆଶ୍ରୟ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି । ସୁଚନାମତେ ରାଜ୍ୟ ଆମେଚର ବକ୍ସିଂ ଆସୋସିଏସନ ର ମନମାନି ଯୋଗୁଁ ସଂଘ ସହିତ ଅନ୍ୟ ଜିଲ୍ଲା ସଂଘ ଗୁଡିକ ଅନୁବନ୍ଧିତ ହୋଇପାରୁ ନାହିଁ । ଏନେଇ ଆବେଦନ କରିଥିଲେ ମଧ୍ୟ କୌଣସି ଆନୁଷ୍ଠାନିକ ଉତ୍ତର ମିଳୁନାହିଁ । ସେପଟେ ରାଜ୍ୟ ସଂଘ ମନଇଛା ନିର୍ବାଚନ କରି ନିୟମ କୁ ଖୋଳାଖୋଲି ଉଲଙ୍ଘନ କରିବା ସହ ଅନ୍ୟ ବକ୍ସିଂ ଖେଳାଲିଙ୍କ ଅଧିକାର କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ କରିଛନ୍ତି । ସେ ଆହୁରି ଅଭିଯୋଗ କରିଛନ୍ତି କି ରାଜ୍ୟ ଆମେଚର ବକ୍ସିଂ ସଂଘ କେତେକ ଜିଲ୍ଲା କୁ ମିଥ୍ୟା ଅନୁବନ୍ଧିତ କରିଛି । ଏହି ଅସଙ୍ଗତିକୁ ସୁଧାରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ଏବଂ ନିରପେକ୍ଷ ଓ ସ୍ବଛତା ନିର୍ବାଚନ କରିବାକୁ ଅନୁରୋଧ କରିଛନ୍ତି । ଏନେଇ ଓଡ଼ିଶା ଆମେଚର ବକ୍ସିଂ ଆସୋସିଏସନ ର ସମ୍ପାଦକ ଅନିଲ ବହିଦାର ଙ୍କୁ ଯୋଗାଯୋଗ କରିବାରୁ ସେ ଅଭିଯୋଗ କୁ ଭିତ୍ତିହୀନ ବୋଲି ପ୍ରକାଶ କରିଛନ୍ତି I