ସୁବଳୟା ହାଇସ୍କୁଲ , ଆଇ ଟି ସି ଲ୍ୟାବରେ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଡ୍ରାଇଭର ଫିଲ୍ମ ଦେଖୁଥିବା ଭିଡିଓ ଭାଇରାଲ୍


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ୫ ଟି ହାଇସ୍କୁଲ ର ଆଇ ଟି ସି ଲ୍ୟାବ ରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଡ୍ରାଇଭର ଫିଲ୍ମ ଦେଖୁଥିବାର ଭିଡିଓ ଭାଇରାଲ ହୋଇଛି । ଭିଡିଓ ଟି ଏବେ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି । ସରକାର ହାଇସ୍କୁଲ ଗୁଡିକୁ ୫ଟି ରେ ରୂପାନ୍ତରଣ କରି ଉନ୍ନତ ଶିକ୍ଷା ପ୍ରଦାନ କରିବାର ବ୍ୟବସ୍ଥା କରୁଛନ୍ତି । ମାତ୍ର ଏହି ସ୍କୁଲ ର ଭିଡିଓ ଭାଇରାଲ ପରେ ସ୍କୁଲ ମାନଙ୍କର ଅସଲ ଚିତ୍ର ଲୋକଲୋଚନକୁ ଆସିଛି। ଆଇ ଟି ସି ଲ୍ୟାବ ରେ ସ୍କୁଲ ପିଲାଙ୍କ କମ୍ପ୍ୟୁଟର କ୍ଲାସ କରିବା ସହିତ କମ୍ପ୍ୟୁଟର ପ୍ରକଟିକାଲ୍ କରିଥାନ୍ତି । ମାତ୍ର ସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଡ୍ରାଇଭର ଉକ୍ତ ଲ୍ୟାବ ରେ ଥିବା କମ୍ପ୍ୟୁଟର ରେ ଫିଲ୍ମ ଦେଖୁଥିବା ଭିଡିଓ ଭାଇରାଲ ପରେ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ତେବେ ଉକ୍ତ ଡ୍ରାଇଭର କୁ ସ୍କୁଲ ର ଆଇଟିସି ଲ୍ୟାବ ରେ ପ୍ରବେଶ କରିବା ସହିତ ଲ୍ୟାବ ର କମ୍ପ୍ୟୁଟର ଦେଖିବାକୁ କିଏ ଅନୁମତି ଦେଲା ତାହା ପ୍ରଶ୍ନବାଚି ସୃଷ୍ଟି ହୋଇଛି । ଏନେଇ ସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣଲତା ବେହେରା ଙ୍କୁ ପଚାରିବାରୁ ଭିଡିଓ ଟି ପ୍ରାୟ ତିନି ବର୍ଷ ପୂର୍ବର ବୋଲି କହିବା ସହିତ ଲ୍ୟାବ ରେ ଡ୍ରାଇଭର ନାଁ ଆଉ କିଏ ମୁଁ ଜାଣି ନାହିଁ ବୋଲି ପ୍ରକାଶ କରିଛନ୍ତି । ସୁବଳୟା ଅଞ୍ଚଳରେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ କାର୍ଯ୍ୟନୁଷ୍ଠାନ ନେଇ ନ ଥିବାରୁ ଅଞ୍ଚଳରେ ଏଭଳି ଘଟଣା ଘଟିଛି ବୋଲି ଆଲୋଚନା ହେଉଛି । ପୂର୍ବରୁ ସୁବଳୟା ରେ ଥିବା କସ୍ତୁରବା ଗାନ୍ଧୀ ଆବାସିକ ରେ ଛାତ୍ରୀମାନଙ୍କୁ ରାସ୍ତାରେ ଚଲେଇ ଚଲେଇ ପାଣି ବୁହାଉଥିବା ଭିଡିଓ ଭାଇରାଲ ହୋଇଥିଲା । ତଥାପି କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା ଶିକ୍ଷା ବିଭାଗ । ତେବେ ବିଭାଗ ଉକ୍ତ ଭାଇରାଲ ଭିଡିଓ ର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି I