Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ରାଜପଥ ବିଭାଗ ର ଅବହେଳା, ଜୋଲୋକ ବ୍ରିଜ ବ୍ରେକର ନେଉଛି ଜୀବନ

କଳାହାଣ୍ଡି, ୧୨/୦୯ (ଜଗନ୍ନାଥ ନାଏକ) : କେସିଙ୍ଗା ଜାତୀୟ ରାହାପଥ ଜୋଲକୋ ବ୍ରିଜ ଦୁଇ ପାର୍ଶ୍ଵରେ ଥିବା ବଡ଼ ବଡ଼ ହମ୍ବସ ଲକୋଙ୍କୁ ଦୁର୍ଘଟଣାରେ ପକାଇ ମୃତ୍ୟୁ ମୁଖରେ ପକାଉଛି।ପ୍ରକାଶ ଯେ ଏହି ବ୍ରିଜ ମରାମତି ସମୟରେ ବ୍ରିଜ ର ଦୁଇ ପଟୁ ଗାଡି ଦ୍ରୁତ ଗତିରେ ନ ଯିବା ପାଇଁ ଦୁଇଟି ହମ୍ବସ କରାଯାଇଥିଲା। ହେଲେ କାର୍ଯ୍ୟ ସାରି ୩ ମାସ ହେଲାଣି ଅଥଚ ସେହି ହମ୍ବସ କୁ ଭଙ୍ଗାଯାଇ ନାହଁ। ଏତେବଡ଼ ହମ୍ବସ ସାଙ୍ଗକୁ ଅନ୍ଧାର ପାଇଁ ଲୋକେ ଦୁର୍ଘଟଣା ରେ ପଡୁଛନ୍ତି। ଅଧିକାଂଶ ଦିନ ଲୋକେ ଦୁର୍ଘଟଣାରେ ପଡି ଗୁରୁତର ହେଉଛନ୍ତି। ବିଶେଷ କରି ବାଇକ ଆରୋହି ମାନେ ଏହି ଦୁର୍ଘଟଣା ର ଶୀକାର ହେଉଛନ୍ତି ଏଥିରେ ବହୁ ସଂଖ୍ୟାରେ ମହିଳା ରହିଛନ୍ତି।ବାଇକ ପଛରେ ବସିଥିବା ମହିଳା ଏଠି ପଡି ଯାଉଛନ୍ତି। ୪ ଚକିଆ ଯାନ ବାହାନ ଯିବା ବି କଷ୍ଟକର ହୋଇ ପଡୁଛି।
ଗୋଟିଏ ପଟେ ଟ୍ରାଫିକ ପାଇଁ ଦିନ ବେଳେ ଏହି ପାଖରେ ଭାରୀ ଯାନ ର ଲମ୍ବା ଲାଇନ ଓ ଅନ୍ୟପଟେ ଏହି ହମ୍ବସ ଲକୋଙ୍କ ଜୀବନ କୁ ମୃତ୍ୟୁ ମୁଖ କୁ ଠେଲିଦେଇଉଛି।ଜାତୀୟ ରାଜପଥ ବିଭାଗ ଏହା ଜାଣିଲେ ବି ନ ଜାଣିଲା ଭଳିଆ ରହୁଛି। ଜୋଲକୋଙ୍କ ଜୀବନ ଶହ ଖେଳ ଖେଳୁଥିବା ରୁ ଶୀଘ୍ର ଏହି ହମ୍ବସ ନ ହଟାଇଲେ ବିଭାଗ ନାରେ ଏକ ମାମଲା ରୁଜୁ କରାଯିବ ବୋଲି ସାମ୍ବାଦିକ ମହାସଙ୍ଘ ଚେତାବନୀ ଦେଇଛି।ନିୟମ ଅନୁଯାୟୀ ରାଜପଥ ରେ ହମ୍ବସ ନ ରହିବା ପାଇଁ ନିର୍ଦ୍ଦେଶ ରହିଛି।ହେଲେ ଏହି ଆଇନ କୁ ବି ବିଭାଗ ମାନୁ ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ