Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ନିର୍ବାଚନମଣ୍ଡଳୀ,ବିଜେଡି ର ନେତା କିଏ କର୍ମୀ ଜାଣି ପାରୁନାହାନ୍ତି।ବିଜେପି ନାଇଁ ରେ ତେଲ ଦେଇ ଶୋଇଛି।କଂଗ୍ରେସ ଗୋଳିଆ ପାଣିରୁ ଫାଇଦା ନେବାକୁ ଚେଷ୍ଟା କରୁଛି।

ଗୋପାଳପୁର,୧୧/୦୯ ଆସନ୍ତା କେଇ ମାସ ମଧ୍ୟରେ ରାଜ୍ୟରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ର ରାଜନୀତି ପାଣିପାଗ ରେ ବର୍ତ୍ତମାନ ସୁଦ୍ଧା ଉଷ୍ମତା ଦେଖିବାକୁ ମିଳିନି। ଗୋଟେ ପଟେ ଶାସକ ବିଜେଡି ଦଳ ପକ୍ଷରୁ ଗୋପାଳପୁର ରେ‌ କାହାକୁ ଦଳୀୟ ଟିକଟ ଦେଇ ପ୍ରାର୍ଥୀ କରିବ ତାହା ଆଜି ଯାଏଁ ଠିକ ହୋଇ ପାରିନଥିବା ବେଳେ କେବଳ ଇଏ ହେବ ସିଏ ହେବ ବୋଲି ଆଲୋଚନା ଚାଲୁଅଛି। ଅନ୍ୟ ପଟେ ବିଜେପି ଦଳ ପକ୍ଷରୁ ଆସନ୍ତା ନିର୍ବାଚନରେ ପୁଣି ୩ ଥର ପରାଜିତ ହୋଇଥିବା ବିଭୂତି ଭୂଷଣ ଜେନା ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହେବେ ନା ଏଥର ନୂଆଁ ମୁହଁ ସ୍ଥାନ ପାଇବ ତାହା ସ୍ଥିର ହୋଇ ପାରିନାହିଁ।ଏହା ସହ ଏଥର କଂଗ୍ରେସ ଦଳ‌‌ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ସଭ୍ୟ ଶମ୍ଭୁ ପାଣିଗ୍ରାହୀ ଟିକଟ ପାଇବେ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଗତ ଜାନୁଆରୀ ନବବର୍ଷ ପରିପ୍ରେକ୍ଷୀରେ ଗୋପାଳପୁର ନିର୍ବାଚନମଣ୍ଡଳୀ ସାରା ଶୁଭେଚ୍ଛା ବାର୍ତ୍ତା ର ପୋଷ୍ଟର ହୋର୍ଡିଙ୍ଗ ଲଗାଇ ନିଜର ଉପସ୍ଥିତି ଜାହିର କରିଥିଲେ। ଏଣୁ ଆସନ୍ତା ନିର୍ବାଚନରେ କଂଗ୍ରେସ ଦଳ‌ ପକ୍ଷରୁ ଡ଼ ଶମ୍ଭୁ ପାଣିଗ୍ରାହୀ ଟିକଟ ପାଇବେ ବୋଲି ଆଶା ବ୍ୟକ୍ତ ରଖିବା ସହ ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ ମାନ କରି ଦଳ କୁ ମଜବୁତ କରିବା ସହ ଲୋକଙ୍କ ନିକଟତର ହେଉଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ବିଗତ ୩ ଟି ନିର୍ବାଚନ ୨୦୦୯,୨୦୧୪ ଓ ୨୦୧୯ ରେ ବିଜେଡି ଗୋପାଳପୁର ଆସନ ହାତେଇବା ସହ ଡ଼ ପ୍ରଦୀପ କୁମାର ପାଣିଗ୍ରାହୀ ଲଗାତର ଭାବେ ୩ ଥର ବିଧାୟକ ହୋଇଥିଲେ। କିନ୍ତୁ ୨୦୧୯ ନିର୍ବାଚନ ପରେ ଦଳ ତାଙ୍କୁ ସମସ୍ତ କାର୍ଯ୍ୟ କଳାପରୁ ଦୂରେଇ ରଖି ଶେଷରେ ୨୦୨୧ ରେ ଜନବିରୋଧୀ ର ଆଖ୍ୟା ଦେଇ ଦଳରୁ ବହିଷ୍କୃତ କରିଥିଲା।ଏହା ପରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋପାଳପୁର ସମସ୍ତ ଦାୟିତ୍ବ ନିଜର ବୋଲି ଘୋଷଣା କରିବା ସହ ନିଜର ରାଜନୈତିକ ସଚିବ ଡ ଗୋପବନ୍ଧୁ ଦାସ ଙ୍କୁ ଗୋପାଳପୁର ର ଦାୟିତ୍ଵ ପ୍ରଦାନ କରିଥିଲେ।ଏହା ମଧ୍ୟରେ ୨ ବର୍ଷ ବିତିଯାଇଥିବା ସହ ଅଳ୍ପ କେଇ ମାସ ପରେ ସାଧାରଣ ନିର୍ବାଚନ ହେବା ନେଇ ନାନା କଳ୍ପନା ଜଳ୍ପନା ପରି ପ୍ରକାଶ ହେଉଥିବା ବେଳେ ଶାସକ ବିଜେଡ଼ି ଦଳ‌ ପକ୍ଷରୁ ଏଠାରେ କିଏ ପ୍ରାର୍ଥୀ ହେବ ତା‌ହା ସ୍ଥିର ହୋଇ ପାରିନାହିଁ। ଦଳୀୟ ଟିକଟ ପାଇବା ପାଇଁ ଅନେକ ଆଶାୟୀ ଲମ୍ବା ଲାଇନ ଲଗାଇ ଥିବା ବେଳେ ଯିଏ ଯେଉଁ ପ୍ରକାରେ କର୍ମୀ ଙ୍କୁ ନିଜ ଆଡକୁ ଆକର୍ଷିତ କରାଇବାରେ ଲାଗିଥିବା ଆଲୋଚନା ହେଉଛି।