ହାଇଦ୍ରାବାଦରେ ଦାଦନ ଶ୍ରମିକ ମୃତ୍ୟୁ ପ୍ରସଙ୍ଗ, ନିଜ ଜନ୍ମମାଟିକୁ ଫେରିଲା ଶବ, ଶୋକାକୁଳ ପରିବେଶରେ ହେଲା ଶବ ଦାହ ସଂସ୍କାର କଲେ ପରିବାର ଲୋକେ

କଳାହାଣ୍ଡି, ୧୩/୦୯ : କଳାହାଣ୍ଡି ଜିଲ୍ଲା କଲମପୁର ଅଞ୍ଚଳରେ ଦାଦନ ମୃତ୍ୟୁ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି।ଗାଁ କୁ କାମ, ମାଁ କୁ ସମ୍ମାନ ଶ୍ଳୋଗାନ ସହ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ ଓ କାର୍ଯ୍ୟକାରି ହେବା ପରେ ମଧ୍ୟ ଲୋକେ ଦାଦନ ମୁହାଁ ହେବାରେ ଲାଗିଛନ୍ତି । ଏହାର କାରଣ ଓ ନିରାକରଣ ନେଇ ଦୃଢ ପଦକ୍ଷେପ ନିଆଯାଇ ପାରୁ ନ ଥିବାରୁ ଏହା ବଡି ବଡି ଚାଲିଛି । କଲମପୁର ଥାନା ବଡକୁଟ୍ରୁ ଫାଣ୍ଡି ଅନ୍ତର୍ଗତ ଖଣ୍ଡିଡଙ୍ଗରିଗୁଡାର ଲୋଚନ ବାଗଙ୍କ ୨୬ ବର୍ଷିୟ ପୁଅ ଚିନ୍ତାମଣି ବାଗ ଦାଦନ ଯାଇ ମୃତ୍ୟୁ ବରଣ କରିଥିବା ଖବର ଶନିବାର ଦିନ ପହଞ୍ଚି ଥିଲା, ଖବର ପାଇ ତୁରନ୍ତ ପରିବାର ଲୋକେ ହାଇଦ୍ରାବାଦ ଯାଇଥିଲେ । ମଙ୍ଗଳବାର ଦିନ ସକାଳୁ ଶବ ଧରି ଫେରିବା ପରେ ନିଜ ଜନ୍ମ ମାଟିକୁ ପହଞ୍ଚିବା ପରେ ଶୋକାକୁଳ ପରିବେଶ ଦେଖାଯାଇ ଥିଲା । ଶୋକାକୁଳ ପରିବେଶରେ ହାତିନଦୀ କୂଳରେ ଶବ ଦାହ ସଂସ୍କାର କରାଯାଇଥିଲା, ସୂଚନାରୁ ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲା କଲମପୁର ଅଞ୍ଚଳରୁ ଚଳିତ ବର୍ଷ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୧ ଜଣ ଦାଦନ ଶ୍ରମିକ ମୃତ୍ୟୁ ବରଣ କରିଥିବା ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି । ହେଲେ ଏତେ ସଂଖ୍ୟକ ଶ୍ରମିକ ମୃତ୍ୟୁ ବରଣ କରିବା ପରେ ମଧ୍ୟ ପ୍ରଶାସନ ସ୍ତରରେ ଜନସଚେତନତା ପାଇଁ ଉଦ୍ୟମ କରାଯାଇ ପାରୁନାହିଁ , ତାହାହିଁ ବିଡ଼ମ୍ବନାର କାରଣ ପାଲଟିଛି ।