ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଚମ୍ପାମାଳ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ମଙ୍ଗଳବାର ଦିନ ବ୍ଲକ ସରପଞ୍ଚ ସଂଘ ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ପ୍ରସ୍ତୁତି ବୈଠକ ରେ ଆସନ୍ତା ୧୫ ତାରିଖରେ ଭୁବନେଶ୍ଵର ର ଲୋୟର ପିଏମଜି ରେ ହେବାକୁ ଥିବା ବିକ୍ଷୋଭ , ଗଣଧାରଣା ଓ ରାଲି ରେ ଅଂଶ ଗ୍ରହଣ କରିବାନେଇ ଆଲୋଚନା ହୋଇଥିଲା । ବୀରମହାରାଜପୁର ବ୍ଲକ ସରପଞ୍ଚ ସଂଘ ର ସଭାନେତ୍ରୀ ଶ୍ରୀୟା କର୍ମୀ ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ରେ ସମସ୍ତ ସରପଞ୍ଚ ଯୋଗଦେଇଥିଲେ । ଲୁତୁରପଙ୍କ ସରପଞ୍ଚ ସୂର୍ଯ୍ୟ ନନ୍ଦ ସ୍ବାଗତ ଭାଷଣ ପ୍ରଦାନ ପ୍ରଦାନ କରିଥିଲେ । ମୁର୍ଷୁଣ୍ଢି ସରପଞ୍ଚ ମନୋଜ କୁମାର ସାହୁ , ସୁବଳୟା ସରପଞ୍ଚ ପ୍ରମୋଦ ମହାପାତ୍ର , ଚମ୍ପାମାଲ ସରପଞ୍ଚ ମହେନ୍ଦ୍ର ଜଗଦଲା , ଖଣ୍ଡହତା ସରପଞ୍ଚ ଜୟଶ୍ରୀ ଦେହୁରୀ , କମିରା ସରପଞ୍ଚ ଅନୁଶୟା ପଧାନ ପ୍ରମୁଖ ଯୋଗଦେଇ ସରପଞ୍ଚ ସଂଘର ଆଭିମୁଖ୍ୟ ଓ ଅଗାମି ରାଜ୍ୟ ସ୍ତରୀୟ ବିକ୍ଷୋଭ ଓ ଗଣଧାରଣା ରେ ଅଂଶ ଗ୍ରହଣ ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ର ସମସ୍ତ ସରପଞ୍ଚ ଯୋଗଦେଇ ଥିଲେ ।
ବୀରମହାରାଜପୁର ବ୍ଲକ ସରପଞ୍ଚ ସଂଘ ର ପ୍ରସ୍ତୁତି ବୈଠକ
