ସେବା ସମ୍ମାନରେ ସିୟା ସଂଗଠନ ସମ୍ମାନିତ ହେଲା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ଠାରେ ଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ‘ ସିୟା ‘ ପରିବାର କୁ ସେବା ସମ୍ମାନରେ ସମ୍ମାନିତ କରାଯାଇଥିବା ଜଣାଯାଇଛି । ଜିଲ୍ଲାର ବିନିକା ଟାଉନହଲ ଠାରେ ମହାନଦୀ ଯୁବ ସଙ୍ଗଠନ ବିନିକା ତରଫରୁ ଆୟୋଜିତ ଜିଲ୍ଲା ସ୍ତରୀୟ ଯୁବ ସମ୍ମିଳନୀ ରେ ଜିଲ୍ଲା ର ବିଭିନ୍ନ ସାମାଜିକ ସଙ୍ଗଠନ ମାନଙ୍କୁ ସମ୍ମାନୀତ କରାଯାଇଛି । ସେହିପରି ବୀରମହାରାଜପୁର ବ୍ଲକ ଅଗ୍ରଣୀ ସାମାଜିକ ସଙ୍ଗଠନ ସିୟା ପରିବାର କୁ ମଧ୍ୟ ଉକ୍ତ ସମ୍ମିଳନୀରେ ଉତ୍କୃଷ୍ଟ ସେବା ପାଇଁ ସମ୍ମାନିତ କରାଯାଇଅଛି। ଏହି ଅବସରରେ ସଙ୍ଗଠନ ର ସମ୍ପାଦକ ସୁଦାମ ଗାଇଗରିଆ , ପୂର୍ବତନ ସଭାପତି ଦିଲ୍ଲୀପ ପଧାନ , ସଦସ୍ୟ ପଦ୍ମନାଭ ପଧାନ , ବରିଷ୍ଠ ସଭ୍ୟ ଦୁର୍ଯୋଧନ ମେହେର ଉପସ୍ଥିତ ରହି ସମ୍ମାନ ପତ୍ର ଗ୍ରହଣ କରିଥିଲେ।