ବୀରମହାରାଜପୁର : ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଓ ଏୟୁପିଟିଏଫର ଆହ୍ୱାନ କ୍ରମେ ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷକ ସଂଘର ଗଣଧାରଣା ଆରମ୍ଭ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ଥାନିୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତିନି ଦଫା ଦାବି ନେଇ ଗଣଧାରଣା ଦିଆଯାଇଛି । ଏଥିରେ ବ୍ଳକର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଧାରଣାରେ ବସି ବିଭିନ୍ନ ଦାବି ନେଇ ସ୍ଲୋଗାନ ଦେଇଥିଲେ । ସଂଘର ସଭାପତି ନାରାୟଣ ଜଗଦଲା ଙ୍କ ନେତୃତ୍ବରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ପ୍ରାଥମିକ ଶିକ୍ଷାରୁ ଠିକା ପ୍ରଥା ଉଚ୍ଛେଦ କରି ନିୟମିତ ଭାବରେ ଶିକ୍ଷକ ନିଯୁକ୍ତି କରିବା , ଶିକ୍ଷା ସହାୟକ ଛଅ ଓ ଆଠ ବର୍ଷର କାର୍ଯ୍ୟକାଳ କୁ ଚାକିରିରେ ଗଣନା କରି ଉଚିତ ପ୍ରାପ୍ୟ ପ୍ରଦାନ କରିବା , ପୁରୁଣା ପେନସନ ପ୍ରଚଳନ କରିବା ସଙ୍ଗେ କଳା , କ୍ରୀଡା ଓ ଖେଳ ଶିକ୍ଷକ ମାନଙ୍କୁ ନିୟମିତ କରିବା ଆଦି ଦାବି ପୂର୍ବରୁ ଦିଆଯାଇଥିଲେ ମଧ୍ୟ ଅଦ୍ୟାବଧି ସମାଧାନ ହୋଇ ପାରି ନାହିଁ । ଯେତେଦିନ ପର୍ଯ୍ୟନ୍ତ ଉକ୍ତ ୩ ଦଫା ଦାବି ପୂରଣ ନହୁଏ ସେତେ ଦିନ ପର୍ଯ୍ୟନ୍ତ ଗଣଧାରଣା ଚାଲୁ ରହିବ ବୋଲି ଶିକ୍ଷକ ସଂଘର କର୍ମକର୍ତ୍ତା ପ୍ରକାଶ କରିଛନ୍ତି ।
ବୀରମହାରାଜପୁର ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା
