ଭବାନୀପାଟଣା ସୁରମ୍ୟା ହୋଟେଲ ଠାରେ ଅଲ୍ଟୋସ କମ୍ପାନୀର ସ୍ୱାସ୍ଥ୍ୟ ଭାରତ, ସଂବୃଦ୍ଧି ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, ୧୩//୦୯ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସୁରମ୍ୟା ହୋଟେଲ ଠାରେ ଅଲ୍ଟୋସ କମ୍ପାନୀର ସଦସ୍ୟ ମାନଙ୍କୁ ନେଇ ଏକ ସେମିନାର ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଛତିଶଗଡ଼ ରାୟପୁର ର ଚୁନୁରାମ ସାହୁ, ବିଶିଷ୍ଟ ଅତିଥି ଛବିଲାଲ ସାହୁ, ମତିରାମ ସାହୁ ଯୋଗଦାନ କରି କମ୍ପାନୀର କାର୍ଯ୍ୟ ପ୍ରଣାଳୀ, ଆର୍ଥିକ ସୁଦୃଢ କରିବା , ବ୍ୟବସାୟ କିଭଳି କରିବା ସେ ଉପରେ ସମସ୍ତ କାର୍ଯ୍ୟରତ ସଦସ୍ୟ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଅଲ୍ଟୋସ କମ୍ପାନୀର ମୂଳ ଲକ୍ଷ୍ୟ ସ୍ୱାସ୍ଥ୍ୟ ଭାରତ, ସମବୃଦ୍ଧି ଭାରତ ଗଠନ କରିବା ସହ ଆର୍ଥିକ ସୁଦୃଢ଼ କରିବା ମୂଳ ଲକ୍ଷ୍ୟ । ଉକ୍ତ କାର୍ଯ୍ୟକ୍ରମରେ କମ୍ପାନୀ ଏଚିଭର କେଶବ ନାଏକ, ଡମ୍ବରୁଧର ଲହଜଳ,ପ୍ରମୁଖ ସହଯୋଗ କରିଥିଲେ ।କମ୍ପାନୀ ତରଫରୁ ସମସ୍ତ ଏଚିଭର ମାନଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ମାନିତ କରିଥିଲେ । ଏହି ସେମିନାର ରେ କିଛି ଶିଖିବା ପାଇଁ କଳାହାଣ୍ଡି, ଛତିଶଗଡ଼, ନୂଆପଡା, ସମ୍ବଲପୁର ନବରଙ୍ଗପୁର, ରୁ ଶତାଧିକ ଅଲ୍ଟୋସ କାର୍ଯ୍ୟରତ ସଦସ୍ୟ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ କମ୍ପାନୀରେ ସଫଳତା ହାସଲ କରିଥିବା କମ୍ପାନୀ ଏଚିଭର ତ୍ରିଲୋଚନ ଶବର ମଞ୍ଚ ସଞ୍ଚାଳନ କରିଥିଲେ।