Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଂରକ୍ଷିତ ଜଙ୍ଗଲରୁ ଶାଳ କାଠ ଚୋରା ଚାଲାଣ କରୁଥିବା ଅଭିଯୋଗ ରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଚାନ୍ଦିଲି ସଂରକ୍ଷିତ ଜଙ୍ଗଲରୁ ଶାଳ କାଠ ଚୋରା ଚାଲାଣ ହେଉଥିବା ବେଳେ ବନବିଭାଗ ଚଢ଼ାଉ କରି ବିପୁଳ ମାତ୍ରାରେ ଶାଳ କାଠ ଜବତ କରିବା ସହିତ ଜଣେ ବ୍ଯକ୍ତିକୁ ଗିରଫ କରିଥିବା ଜଣାପଡିଛି । ଗିରଫ୍ ଅଭିଯୁକ୍ତ ଜଣକ ଚଡାଇପଙ୍କ ଗ୍ରାମର ଅର୍ଜୁନ ଭୋଇ ବୋଲି ଜଣାପଡିଛି । ସୂଚନା ଅନୁସାରେ ଉକ୍ତ ଜଙ୍ଗଲରୁ ଶାଳ କାଠ ଚୋରା ଚାଳାଣ ପାଇଁ ରଖାଯାଇଥିବା ବେଳେ କୌଣସି ସୁତ୍ରରୁ ବନବିଭାଗ ଖବର ପାଇବା ପରେ ରେଞ୍ଜର ସଂଜିବ ରାଉତ ଙ୍କ ନେତୃତ୍ଵରେ ବନପାଳ କୃତିବାସ ସେଠ ଙ୍କ ସମେତ ସ୍କ୍ୱାର୍ଡ ଟିମ୍ ଚଢାଉ କରିଥିଲେ । ଚଢ଼ାଉ ସମୟରେ ସେଠାରୁ ୪୦ଟି ଶାଳ କାଠ ଜବତ କରିବା ସହ ଅଭିଯୁକ୍ତ ଅର୍ଜୁନ ଭୋଇ ଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ଏନେଇ ବୁଧବାର ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣା କରାଯାଇଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ