Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁନାଗଡ଼ରେ ବ୍ଲକସ୍ତରୀୟ ମିଶନଶକ୍ତି ଫେଡେରେସନର ସମାବେଶ

କଳାହାଣ୍ଡି,୧୩/୦୯-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରସ୍ଥିତ ସଂସ୍କୃତି ଭବନଠାରେ ବ୍ଲକସ୍ତରୀୟ ମିଶନଶକ୍ତି ଫେଡେରେସନ ସମାବେଶ ଅନୁଷ୍ଠିତ ହୋଇଯାଇଛି ! ଏଥିରେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ମିଶନଶକ୍ତି ଜରିଆରେ ପରିବାରର ପ୍ରତ୍ୟେକ ମହିଳା ସ୍ବାବଲମ୍ବୀ ହେବାକୁ ରାଜ୍ୟ ସରକାର ବିଭିନ୍ନ ଯୋଜନା ଜାରି ରଖିଛନ୍ତି, ଏଥିପାଇଁ ସମସ୍ତଙ୍କ ସହଯୋଗ ଏବଂ ସହଭାଗିତା ଆବଶ୍ୟକ ବୋଲି ସେ କହିଥିଲେ। ଏଇ ଅବସରରେ ନବନିର୍ମିତ ମିଶନଶକ୍ତି କାର୍ଯ୍ୟାଳୟ ଗୃହ ଉଦଘାଟିତ ହୋଇଥିଲା । ଏଥିରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସବିତା ମେହେର, ଜିଲ୍ଲା ପରିଷଦ ଉପାଧ୍ଯକ୍ଷା ସୁଧୀରା ମେହେର, ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ ବେହେରା, ବିଡିଓ ଦେବାଶିଷ କର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପ୍ରଭାତୀ ତ୍ରିପାଠୀ, ସିଡ଼ିପିଓ ଶୈଳଭାମା ଦାସ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବିଜୟ ଲକ୍ଷ୍ମୀ କନ୍ଧପାନ, ବିସିସିବି ନିର୍ଦ୍ଦେଶିକା ମନୀଷା ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏଇ ଅବସରରେ ବହୁ ସଂଖ୍ୟାରେ ବିଭିନ୍ନ ମହିଳା ସଂଗଠନର ସଦସ୍ୟା, ଏମବିକେ, ସିଆରପି, ମହିଳା ଗୋଷ୍ଠୀର ସଦସ୍ୟାମାନେ ସାମିଲ ହୋଇଥିଲେ !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ