Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଡୁଲେଶ୍ୱର ୟୁପି ସ୍କୁଲର ଖୋଲିଲା ତାଲା , ଗ୍ରାମବାସୀ ଙ୍କ ଅଭିଯୋଗନୁଶାରେ ବଦଳି ହେବେ ତିନି ଶିକ୍ଷକ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପିତାମହୁଲ କ୍ଲଷ୍ଟର ର ଡୁଲେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକମାନେ ସ୍କୁଲ କୁ ମନଇଛା ଆସୁଥିବା ଅଭିଯୋଗ ରେ ମଙ୍ଗଳବାର ଦିନ ତାଲା ପକେଇ ଥିଲେ ଗ୍ରାମବାସୀ l ଅଭିଯୋଗ ମତେ ଉକ୍ତ ସ୍କୁଲ ର ପ୍ରଧାନ ଶିକ୍ଷକ ସମେତ ଅନ୍ୟ ଦୁଇ ଜଣ ଶିକ୍ଷକ ସ୍କୁଲ କୁ ନିୟମିତ ଠିକ୍ ସମୟର ଆସୁ ନାହାନ୍ତି। ତେଣୁ ସେମାନଙ୍କୁ ବଦଳି କରି ଅନ୍ୟ ଶିକ୍ଷକ ନିଯୁକ୍ତି ଦିଆଯାଉ। ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ କେହି ନ ଶୁଣିବାରୁ ମଙ୍ଗଳବାର ଗ୍ରାମବାସୀ ସ୍କୁଲ ଗେଟ ରେ ତାଲା ମାରି ପ୍ରତିବାଦ କରିଥିଲେ । ମଙ୍ଗଳବାର ଗ୍ରାମବାସୀ ଙ୍କ ସହିତ ବିଭାଗ ର ଆଲୋଚନା ବିଫଳ ହୋଇଥିଲା । ବୁଧବାର ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା , ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶିଲ କୁମାର ପରିଡ଼ା , ପିତାମହୁଲ ସି ଆର ସି ସି କୌସ୍ତଭମଣି ଦାସ , ସୁବଳୟା ପୋଲିସ ପ୍ରମୁଖ ସ୍କୁଲ କୁ ଆସି ଗ୍ରାମବାସୀ ଙ୍କ ସହିତ ଆଲୋଚନା କରିଥିଲେ । ଗ୍ରାମବାସୀ ଙ୍କ ଦାବି ମୁତାବକ ସ୍କୁଲ କୁ ମନଇଚ୍ଛା ଆସୁଥିବା ପ୍ରଧାନ ଶିକ୍ଷକ ରାଜ କିଶୋର ନାଏକ , ସହକାରୀ ଶିକ୍ଷକ ଅଭିମନ୍ୟୁ ଲୁହା ଓ ଯଶୋବନ୍ତ ନାଏକ ଙ୍କୁ ବଦଳି କରିବାକୁ ଦାବି କରିଥିଲେ । ଗ୍ରାମବାସୀ ଙ୍କ ଦାବି ଆଗରେ ଶିକ୍ଷlବିଭାଗ ମୁଣ୍ଡ ନୁଆଁଇଥିଲା । ଗ୍ରାମବାସୀ ଏନେଇ ଲିଖିତ ଦାବି କରିବା ପରେ ଉକ୍ତ ଶିକ୍ଷକ ଙ୍କୁ ବଦଳି କରିବାର ପ୍ରତିଶ୍ରୁତି ଦେଇଥିଲା । ଗ୍ରାମବାସୀ ପ୍ରତିଶ୍ରୁତି ପାଇବା ପରେ ସ୍କୁଲ ଫାଟକ ରୁ ତାଲା ଖୋଲିଥିଲା । ଫଳରେ ପାଠ ପଢା ସ୍ଵାଭାବିକ ହୋଇଛି ।