ଜଳ ଜୀବନ ନୂଆଦିଲ୍ଲୀ ପକ୍ଷରୁ ବିଭିନ୍ନ ପ୍ରକଳ୍ପର ମୂଲ୍ୟାଙ୍କନ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ସଭା ଗୃହରେ କାନପୁର ଓ ଟିଠିପାଲି ଜଳ ଯୋଗାଣ ପ୍ରକଳ୍ପ ସଫଳ ରୁପାୟନ ମୂଲ୍ୟାଙ୍କନ ହୋଇଥିବା ଜଣାଯାଇଛି । ନୂଆଦିଲ୍ଲୀରୁ ଆସିଥିବା ଜଳ ଜୀବନ ମିଶନ ପକ୍ଷରୁ ଇଂ ବଳବନ୍ତ ସିଂ ଭାଟିଆ , ଡ ଦିନେଶ ଚାନ୍ଦଙ୍କ ସହ ସ୍ଥାନିୟ ସରପଞ୍ଚ ଶ୍ରୀୟା କର୍ମୀ ଆଲୋଚନା କରିଥିଲେ । ଭାରତ ସରକାରଙ୍କ ଟିମ୍ ସଦସ୍ୟ ଙ୍କୁ ଅର୍ଥ କମିଶନ ଅନୁଦାନ ର ଶତକଡା ୩୦ ଭାଗ ରାଶି ରେ ଗ୍ରାମ ପଞ୍ଚାୟତ ର ଉଫୁଲା , କମଳପୁର , କାନପୁର ଓ ଅନ୍ୟ ଜଳଯୋଗଣ ପ୍ରକଳ୍ପ ବିଦ୍ୟୁତ୍ ବିଲ ପ୍ରଦାନ , ମରାମତି ବାବଦରେ ଖର୍ଚ୍ଚ ପଞ୍ଚାୟତର ଉନ୍ନତି ଅନୁସାରେ କରାଯାଉଥିବା ସମ୍ପର୍କରେ ଅବଗତ କରିଥିଲେ । ପଞ୍ଚାୟତର ସମସ୍ତ ପ୍ରାଥମିକ ବିଦ୍ୟାଳୟ ରେ ଜଳଯୋଗଣ ସୁନିଶ୍ଚିତ କରିବା ପାଇଁ ଆଲୋଚନା ହୋଇଥିଲା । ଟିଠିପାଲି ଓ ରଥପୁର ଜଳଯୋଗାଣ ପ୍ରକଳ୍ପରେ ପାଖାପାଖି ୧ କୋଟି ୪୫ ଲକ୍ଷ ଖର୍ଚ୍ଚ ହୋଇଥିଲେ ମଧ୍ୟ ଗ୍ରାମବାସୀ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଥିବା ନେଇ ୱାର୍ଡ ମେମ୍ବର ଶ୍ରୀକାନ୍ତ ପଣ୍ଡା , ଘାସିରାମ ବ।ଦୀ , ସୁଦାମ ଭୁଇ ଓ ଅନ୍ୟ ସଦସ୍ୟଙ୍କ ସମେତ ସରପଞ୍ଚ ଶ୍ରୀ କର୍ମୀ କେନ୍ଦ୍ରୀୟ କମିଟିର ଦୃଷ୍ଟି ଆକର୍ଷଣ କରିଥିଲେ । ଏସ ଡି ଓ ଶ୍ରୀ ମାଝି ୧୫ ଦିନ ମଧ୍ୟରେ ଟିଠୀପାଲି ଜଳ ଯୋଗାଣ ପ୍ରକଳ୍ପ ରୁ ଜଳଯୋଗାଣ ସଠିକ୍ ଭାବେ କରାଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଟିମ୍ ସାଙ୍ଗରେ ଯନ୍ତ୍ରୀ ମଂଜୁଲତା ଗୌଡ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ଜଳଯୋଗାଣ ପ୍ରକଳ୍ପ ବୁଲି ଦେଖିଥିଲେ ।

ଗଞ୍ଜେଇ ଚ଼ଢ଼ାଉ କରିବାକୁ ଯାଇ ମାଡ଼ ଖାଇଲେ ୨୬ ପୁଲିସ୍ ଘଟଣା ସ୍ଥଳରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ ।ପାରଳାଖେମୁଣ୍ଡି:୨୩/୩(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପୀଡ଼ିମାରୀ ଗ୍ରାମରେ ଶୁକ୍ରବାର ୨୦ କ୍ଵିଣ୍ଟାଲ ଗଞ୍ଜେଇ ଜବତ ଓ ୮ଜଣ ବ୍ୟବସାୟୀଙ୍କୁ ଗିରଫ କରି ପୁଲିସ ମୋହନା ଫେରୁଥିବା ବେଳେ ଗ୍ରାମଠାରୁ କିଛି ଦୂରତାରେ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଡ଼ିଏସପି, ଜଣେ ଥାନା ଅଧିକାରୀ ଓ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ।ଆଜି ଗଜପତି ଏସପି ଯତୀନ୍ଦ୍ର ପଣ୍ଡାଙ୍କ ନେତୃତ୍ଵରେ ରା.ଉଦୟଗିରି ଏସଡ଼ିପିଓ ଅମିତାଭ ପଣ୍ଡାଙ୍କ ସମେତ ମୋହନା , ଅଡ଼ବାପାରଳାଖେମୁଣ୍ଡି,ରା.ଉଦୟଗିରି, ରାୟଗଡ଼,କାଶୀନଗର,ରାମଗିରି,ସେରଙ୍ଗ ଆଦି ଥାନା ଗୁଡ଼ିକର ଅଧିକାରୀ, କର୍ମଚାରୀ ଓ ୧୦ ପ୍ଲାଟୁନ  ପୁଲିସ ଫୋର୍ସ ସଦଳବଳେ ଆଜି ପୀଡ଼ିମାରୀ ଗ୍ରାମରେ ପହଞ୍ଚି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତିି। ଏହା ସହ ପୁଲିସ ଗାଡ଼ି ଭଙ୍ଗାରୁଜା,ଆକ୍ରମଣରେ ସଂପୃକ୍ତ ୩ ଜଣ ଓ ଗଞ୍ଜେଇ ବ୍ୟବସାୟୀ ୨ ଜଣଙ୍କୁ ଗିରଫ କରିଛନ୍ତି। ବଡ଼ ବଡ଼ ଟିଣ ବାକ୍ସରେ ଲୁଚାଇ ରଖାଯାଇଥିବା ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି। ଆଉ ଯେଉଁମାନେ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି ସମସ୍ତଙ୍କୁ ଖୁବ୍ ଶୀଘ୍ର ଧରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଶ୍ରୀ ପଣ୍ଡା କହିଛନ୍ତି।