Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଉଫୁଲା ପଞ୍ଚାୟତ ରେ ଉନ୍ନୟନ ଯୋଜନା ର ସମୀକ୍ଷା ବୈଠକ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ସଭାଗୃହ ଠାରେ ସରପଞ୍ଚ ଶ୍ରୀୟା କର୍ମୀଙ୍କ ପୌରହିତ୍ୟ ରେ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନରେଗା ଯୋଜନା ଗୋଷ୍ଠୀ ଗତ ଓ ବ୍ୟକ୍ତିଗତ ପ୍ରକଳ୍ପ ରୁପାୟନ ରେ ହେଉଥିବା ଅସୁବିଧା , ସାମାଜିକ ସୁରକ୍ଷା ସ୍କିମ , ଗ୍ରାମୀଣ ଆବାସ ଯୋଜନା ହିତାଧୀକାରୀ ଙ୍କ ଅସୁବିଧା , ଜଳଯୋଗାଣ ପ୍ରକଳ୍ପ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଏଥିରେ ୱାର୍ଡ ମେମ୍ବର ଗୌରହରି ସାହୁ , ସୁଦାମ ଭୁଇ , ଶ୍ରୀକାନ୍ତ ପଣ୍ଡା , କମଳିନୀ ମହାପାତ୍ର , ଘାସିରାମ ବାଦି , ରୁକ୍ ସାନା ବିବି , ଶିବ ମେହେର , ଗୋପୀନାଥ ନାଏକ , ମୀନତି ଭୋଇ , ଧରିତ୍ରୀ ବାଘ ପ୍ରମୁଖ ସରପଞ୍ଚ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସରପଞ୍ଚ ଶ୍ରୀୟା କର୍ମୀ ଆଶୁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ସଭାରେ ମତ ପ୍ରକାଶ କଲେ । ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୌର ଚରଣ ସାହୁ , ଗ୍ରାମ ରୋଜଗାର ସେବକ ମନମୋହନ ମିଶ୍ର , ଯୋଗାଣ ସହାୟକ ଦେବେନ୍ଦ୍ର ପଣ୍ଡା ଙ୍କ ସମେତ ଅନ୍ୟ କର୍ମଚାରୀ , ଏସ ଇ ଏମ ଓ ସମସ୍ତ ୱାର୍ଡ ମେମ୍ବର ଉପସ୍ଥିତ ଥିଲେ ।