Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର କଲେଜ ରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ମାନଙ୍କ ପ୍ରବେଶ ଓ ସ୍ଵାଗତ କାର୍ଯ୍ୟକ୍ରମ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟର ରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଙ୍କ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାନୁଷ୍ଠାନ ହେଉଛି ଏକ ମଣିଷ ତିଆରି କାରଖାନା , ଆଜିର ଛାତ୍ର ଅଗାମୀ କାଲିର ନାଗରିକ I ଭବିଷ୍ୟତ ଗଢିବା ପାଇଁ ପ୍ରତ୍ୟେକ ଛାତ୍ର ଛାତ୍ରୀ ସ୍ବପ୍ନ ଦେଖିବା ଉଚିତ I ଉଚ୍ଚଅଭିଳାଶୀ ବ୍ୟକ୍ତି ଜୀବନରେ ଅଧିକ ସଫଳ ହୋଇଥାନ୍ତି ବୋଲି ବୀରମହରାଜପୁର ମହାବିଦ୍ୟାଳୟ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ପ୍ରବେଶ ଉତ୍ସବରେ ନିମନ୍ତ୍ରିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ ହିମାଂଶୁ ଶେଖର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପରିଚାଳନା ସମିତି ସଭାପତି ସ୍ୱୟମ୍ଭୁ ନାଥ ଖଣ୍ଡଗିରି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ କୁଞ୍ଜବନ ମେହେର ଓ ଇଂରାଜୀ ବିଭାଗର ଅଧ୍ୟାପକ ବିଜୟ କୁମାର ପୁରୋହିତ ଯୋଗଦେଇ ମନ୍ତବ୍ୟ ରଖିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷା ବିଭାଗର ମୁଖ୍ୟ ବିଜୟ କୁମାର ପଧାନ ଓ ରାଜନୀତି ବିଜ୍ଞାନ ଅଧ୍ୟାପକ ନରେନ୍ଦ୍ର ଝା ଛାତ୍ରଛାତ୍ରୀ ମାନଙ୍କୁ ନିଜ ନିଜ ଲକ୍ଷ୍ୟରେ ସଫଳ ହେବାପାଇଁ ପରାମର୍ଶ ଦେଇଥିଲେ I ଡ଼. ବନ୍ଦିତା ବିଶ୍ୱାଳ ସଭା ପରିଚାଳନା ଓ ସଂଯୋଜନା କରିଥିଲେ I ସଭାର ପ୍ରାରମ୍ଭରେ ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା Iଏହି ଉତ୍ସବରେ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଛାତ୍ର ବିମଳ କୁମାର କୁମ୍ଭାର ଓ ଉତ୍ତମ କୁମାର ସାହୁ ନବଗତ ମାନଙ୍କୁ ସ୍ୱାଗତ କରିଥିବା ବେଳେ ପ୍ରଥମ ବର୍ଷର ଛାତ୍ରୀ ବିଶ୍ଵରୂପା ସାହୁ ଓ ସଞ୍ଜନା ମହାକୁର ନିଜ ନିଜ ଅନୁଭୂତି ବଖାଣିବା ସହିତ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ I ଅଧ୍ୟାପିକା ହରପ୍ରିୟା ମହାପାତ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ I ଏହି ଅବସରରେ କଲେଜର ବାର୍ଷିକ କ୍ୟାଲେଣ୍ଡର ଉନ୍ମୋଚିତ ହୋଇଥିଲା I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ