Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାରାଗାର କର୍ମଚାରୀ ସଂଘର କଳାବ୍ୟାଚ୍ ପରିଧାନ ସହିତ ପ୍ରତିବାଦ

କଳାହାଣ୍ଡି,୧୪/୦୯-କେନ୍ଦ୍ରୀୟ କମିଟି ଭୁବନେଶ୍ଵର ଆହ୍ବାନ କ୍ରମେ ପାଞ୍ଚ ଦଫା ଦାବି ନେଇ କଳାହାଣ୍ଡି ଜିଲ୍ଲା ମ.ରାମପୁର ଉପକାରାଗାର ଠାରେ କର୍ମଚାରୀମାନେ କଳା ବ୍ୟାଚ୍ ପରିଧାନ କରି ପ୍ରତିବାଦ କରିଥିଲେ। ପାଞ୍ଚ ଦଫା ଦାବିଗୁଡ଼ିକ ମଧ୍ୟରେ କାରା ରକ୍ଷୀଙ୍କ ଗ୍ରେଡ୍ ପେ ୧୯୦୦ରୁ ୨୦୦୦କୁ ବଢ଼ାଇବା, ମୁଖ୍ୟ କାରାରକ୍ଷୀଙ୍କ ଗ୍ରେଡ ପେ କୁ ୨୦୦୦ ରୁ ୨୪୦୦କୁ ବୃଦ୍ଧି, କାରାରକ୍ଷୀରୁ ମୁଖ୍ୟ କାରାରକ୍ଷୀ ପଦବୀ ପାଇଁ ପୁରୁଣା ପଦୋନ୍ନତି ନିୟମ ଲାଗୁ, ଉପଖଣ୍ଡ ସ୍ତରକୁ ବଦଳି ନ ହେବା ନିୟମ ବନ୍ଦ, ଖାଦ୍ୟ ଭତ୍ତା ୪୦୦ ରୁ ୧୪୦୦କୁ ବୃଦ୍ଧି, ନୂତନ ବେତନ କମିଶନ ୨୦୧୭ ଅନୁଯାୟୀ ୧୩ ମାସିଆ ଦରମା ପ୍ରଦାନ ଦାବି ରହିଥ‌ିବା ବେଳେ ମୁଖ୍ୟ କାରାରକ୍ଷୀ ରାମଚନ୍ଦ୍ର ସେଠୀଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କଳାବ୍ୟାଚ ପରିଧାନ କାର୍ଯ୍ୟକ୍ରମରେ କାରାରକ୍ଷୀ ସୁଶାନ୍ତ କୁମାର ପାତ୍ର, କାରାରକ୍ଷୀ ତଥା ଉପକମିଟି ସଭାପତି କ୍ଷମାନିଧି ମାଝୀ, କାରାରକ୍ଷୀ ତଥା ଉପକମିଟି ସମ୍ପାଦକ ଭୁବନାନନ୍ଦ ହନ୍ତାଳ, କାରାରକ୍ଷୀ ଅର୍ଜୁନ ସାହୁ, ମେଘାନନ୍ଦ କୌଶଲ୍ୟା, ଅତୁଲଚନ୍ଦ୍ର ସାହୁ, ଆଶିଷ କୁମାର ଖରା, ରୀତା ମାନ୍ଧିଆ, ରୁପାମୟୀ ଠାକୁର ପ୍ରମୁଖ ସାମିଲ ଥିଲେ ! ଆଗାମୀ ସେପ୍ଟେମ୍ବର ୨୪ ଯାଏଁ ଦାବି ପୂରଣ ନହେଲେ ୨୫ ତାରିଖରୁ ସେମାନେ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି।