ସହିଦ ରେଣ୍ଡୋ ମାଝୀ ମେଡ଼ିକାଲ କଲେଜ ର ଡୀନ ଏବଂ ସୁପରିଟେଣ୍ଡେଣ୍ଟ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କଳାହାଣ୍ଡି, ୧୪/୦୯ (ଜଗନ୍ନାଥ ନାଏକ) : କଳାହାଣ୍ଡି ବରିଷ୍ଠ ନାଗରିକ ଙ୍କ ଦ୍ଵାରା ଆୟୋଜିତ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ହୋଟେଲ ଭାଗିରଥି ଇନ ରେ ଅନୁଷ୍ଠିତ ହୋଇଥିଲା,ଏଥିରେ ସହିଦ ରେଣ୍ଡୋ ମାଝୀ ମେଡ଼ିକାଲ କଲେଜ ର ପ୍ରଥମ ଡୀନ ଡ଼.ବସନ୍ତ କୁମାର ପ୍ରଧାନ , ପ୍ରଥମ ସୁପେରିଟେଣ୍ଡେନଟ ଡ଼.ହରି କୃଷ୍ଣ ଦଳାଇ ଏବଂଡ଼. ନିହାରେନ୍ଦ୍ର ପଣ୍ଡା,ଇନଚାର୍ଯ୍ୟ ସିଡ଼ି ଏମ ଓ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା, ସହିଦ ରେଣ୍ଡୋ ମାଝୀ ମେଡ଼ିକାଲ କଲେଜ କୁ ବିଶ୍ୱସ୍ତରୀୟ କରିବା କୁ ଚେଷ୍ଟା କରିବେ ବୋଲି ଅତିଥିମାନେ ପ୍ରତିଶ୍ରୁତି ଦେଇଥିଲେ, କଳାହାଣ୍ଡି ର ଗରିବ ଜନତାଙ୍କୁ ଉଚ୍ଚସ୍ତରୀୟ ସେବା ଯୋଗାଇ ଦେବାକୁ ସଦସ୍ୟ ଡ଼.ଭାରତ ବନ୍ଧୁ ପଣ୍ଡା,ଡ଼. ଜଳନ୍ଧର ମେହେର,ଶ୍ରୀଯୁକ୍ତ ଜଗନ୍ନାଥ ମୁଣ୍ଡ ଏବଂ ଶ୍ରୀଯୁକ୍ତ ଭବେନ୍ଦ୍ର ପଣ୍ଡା ନିବେଦନ କରିଥିଲେ, ପରିଶେଷରେ ଅନୁଷ୍ଠାନ ର ସମ୍ପାଦକ ଶ୍ରୀଯୁକ୍ତ ଭାରତ ଭୂଷଣ ଚଲାନା ଧନ୍ୟବାଦ ଅର୍ପଣ କରିଥିଲେ,ଏହି ସଭାରେ ଅନୁଷ୍ଠାନ ର ବହୁ ସଦସ୍ୟ/ସଦସ୍ୟା ଯୋଗଦାନ କରିଥିଲେ